Categories: ଜାତୀୟ

ଅଭିଯୁକ୍ତ ସଞ୍ଜୟ ରୟଙ୍କ ବିଷୟରେ ବଡ଼ ଖୁଲାସା କଲେ ସାଙ୍ଗ, କହିଲେ ସେ ମଦ ପିଇବା ପରେ…

କୋଲକାତା,୨୪।୮: କୋଲକାତାର ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ସଂପର୍କରେ ସିବିଆଇ ଯାଞ୍ଚରେ ଏପର୍ଯ୍ୟନ୍ତ ଯାହା ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ସଞ୍ଜୟ ରୟଙ୍କ ସାଙ୍ଗମାନେ ତାଙ୍କ ବିଷୟରେ ଅନେକ ଚକିତ ହେଲା ଭଳି ଦାବି କରିଛନ୍ତି। ୨୬ ବର୍ଷ ଧରି ସଞ୍ଜୟ ରୟଙ୍କୁ ଜାଣିଥିବା ତାଙ୍କ ସାଙ୍ଗମାନେ କହିଛନ୍ତି, ମଦ୍ୟପାନ କରିବା ପରେ ସଞ୍ଜୟ ପଶୁ ଭଳି ବ୍ୟବହାର କରୁଥିଲେ। ସେ ନିଜ ସାଙ୍ଗଙ୍କ ଭଉଣୀମାନଙ୍କ ଉପରେ ମଧ୍ୟ ଏକ ଖରାପ ନଜର ରଖିଥିଲେ। ସେ କହିଛନ୍ତି, ମଦ୍ୟପାନ କରିବା ଏବଂ ଝିଅମାନଙ୍କୁ ଅସଦାଚରଣ କରିବା ସଞ୍ଜୟଙ୍କର ଅଭ୍ୟାସ। ଏହା ବ୍ୟତୀତ ସେ ନିଜ ପତ୍ନୀଙ୍କୁ ମଧ୍ୟ ମାଡ ମାରୁଥିଲେ।

ସେପଟେ କୋଲକାତା କୋର୍ଟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଶୁକ୍ରବାର ଅପରାହ୍ନରେ କଡା ସୁରକ୍ଷା ମଧ୍ୟରେ ସଞ୍ଜୟ ରୟଙ୍କୁ କେନ୍ଦ୍ରୀୟ କୋଲକାତାର ସିଆଲଦହସ୍ଥିତ ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ (ଏସିଜେଏମ)ଙ୍କ କୋର୍ଟରେ ହାଜର କରାଯାଇଥିଲା। ନିୟମିତ କୋର୍ଟ କକ୍ଷ ବଦଳରେ ଏସିଜେଏମଙ୍କ କୋଠରୀରେ ଶୁଣାଣି ହୋଇଥିଲା ଯେଉଁଠାରେ କାହାକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ଥିଲା। କୋର୍ଟ ପରିସରରେ ପୋଲିସର କଡା ସୁରକ୍ଷା ରହିଥିଲା।

Share