Categories: ଜାତୀୟ

ସୁପ୍ରିମକୋର୍ଟ ଗଲେ ସଞ୍ଜୟ

ନୂଆଦିଲ୍ଲୀ,୩।୧୧: ଦିଲ୍ଲୀ ମଦ ନୀତି ସହ ଜଡିତ ଟଙ୍କା ହେରଫେର ମାମଲାରେ ଗିରଫ ହେବା ବିରୋଧରେ ଆମ ଆଦମୀ ପାର୍ଟି (ଏଏପି) ଏମପି ସଞ୍ଜୟ ସିଂ ଶୁକ୍ରବାର ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ସିଂଙ୍କ ଆବେଦନକୁ ୨୦ ଅକ୍ଟୋବରରେ ଦିଲ୍ଲୀ ହାଇକୋର୍ଟ ଖାରଜ କରିଥିଲେ।
ଗିରଫ କେବଳ ଆଇନ ଆଧାରରେ କରାଯାଇଛି ବୋଲି ହାଇକୋର୍ଟ କହିଛନ୍ତି। ତଦନ୍ତକାରୀ ସଂସ୍ଥା ରାଜନୈତିକ ଆଧାରରେ କାମ କରୁଥିବା ଅଭିଯୋଗ ହୋଇପାରିବ ନାହିଁ। ଦୀର୍ଘ ଦିନ ଧରି ପଚରାଉଚରା ଓ ତାଙ୍କ ବାସଭବନରେ ଚଢାଉ ପରେ ସଞ୍ଜୟ ସିଂଙ୍କୁ ଅକ୍ଟୋବର ୪ ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ସିଂ ତାଙ୍କ ଗିରଫକୁ ଚ୍ୟାଲେଞ୍ଜ କରିଛନ୍ତି।
ସୂଚନାଯୋଗ୍ୟ, ଦିଲ୍ଲୀ ଏକ୍ସାଇଜ ପଲିସି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ଏଏପି ନେତା ମନୀଷ ସିସୋଡିଆ ଜେଲରେ ଅଛନ୍ତି। ଏହା ବ୍ୟତୀତ ଅନୁସନ୍ଧାନକାରୀ ସଂସ୍ଥା ଗୁରୁବାର ଏହି ମାମଲାରେ ପଚରାଉଚରା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଡକାଇଥିଲେ ମଧ୍ୟ କେଜରିୱାଲ ହାଜର ହୋଇନଥିଲେ ଏବଂ ଏହାକୁ ରାଜନୈତିକ ଷଡଯନ୍ତ୍ର ବୋଲି କହିଥିଲେ।

Share