ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି ଯେ ଖୁବ ଶୀଘ୍ର ୟୁପି ରାଜନୀତିରେ କିଛି ବଡ ଘଟଣା ଘଟିବାକୁ ଯାଉଛି। ଦୁଇ ମାସ ମଧ୍ୟରେ ସିଏମ୍ ପଦରୁ ଯୋଗୀଙ୍କୁ ହଟାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୂର୍ବରୁ କହିଛନ୍ତି। ଯାହା ହେଉଛି ଦିଲ୍ଲୀର ଆଦେଶରେ ଘଟୁଛି। ଏହି ଖେଳ ଦିଲ୍ଲୀରୁ ଉତ୍ତରପ୍ରଦେଶ ବିପକ୍ଷରେ ଗୋଟିଚାଳନା ସରିଛି ଏବଂ ଏହାର ଶିକାର ମୁଖ୍ୟମନ୍ତ୍ରୀ ଯୋଗୀ ହେବେ। ତାଙ୍କୁ ହଟାଇବା ଲାଗି ପ୍ରସ୍ତୁତି ହୋଇ ସାରିଛି ବୋଲି ସେ କହିଛନ୍ତି।
କହିରଖୁଛୁ ଯେ, ଲୋକ ସଭା ନିର୍ବାଚନ ପରେ ୟୁପି ରାଜନୀତି ହଟଚମଟ ଦେଖାଦେଇଛି। ଏହି ସମୟରେ ସଞ୍ଜୟ ସିଂଙ୍କ ଏଭଳି ବିବୃତ୍ତି ଆସିଛି ଯେଉଁଥିରେ ୟୁପିରେ କିଛି ବଡ ଘଟଣା ଘଟିବାକୁ ଯାଉଛି ବୋଲି ଦାବି କରାଯାଇଛି।
ଭାଜପା ଉପରେ କଟାକ୍ଷ କରି ସଞ୍ଜୟ ସିଂ କହିଛନ୍ତି, ଦେଶ ନିର୍ମାଣରେ ଭାଜପାର କୌଣସି ଅବଦାନ ନାହିଁ। ଭାଜପାର ପୂର୍ବପୁରୁଷମାନେ ବ୍ରିଟିଶମାନଙ୍କ ସହିତ ଦେଶର ବିପ୍ଳବୀଙ୍କ ବିରୋଧରେ ସାକ୍ଷ୍ୟ ଦେଇଥିଲେ। ମୁସଲିମ ଲିଗ ସହିତ ସେମାନଙ୍କ ଲୋକଙ୍କୁ ସରକାରରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଜରୁରୀକାଳୀନ ପରିସ୍ଥିତି ସମୟରେ କ୍ଷମା ମାଗି ଏହି ଲୋକମାନେ ଜେଲରୁ ବାହାରି ଆସିଥିଲେ। ନରେନ୍ଦ୍ର ମୋଦି ଏବଂ ଭାଜପାର ସତ୍ୟ ପୁରା ଦେଶ ଜାଣିଛି।
ସେହିଭଳି ପ୍ରଧାନମନ୍ତ୍ରୀଙ୍କ ଅଗ୍ନିବୀର ଯୋଜନାକୁ ନେଇ ବିରୋଧୀ ଦ୍ୱନ୍ଦ୍ୱ ବିସ୍ତାର ଏବଂ ରାଜନୀତି କରୁଥିବା ଅଭିଯୋଗ ଉପରେ ମନ୍ତବ୍ୟ ଦେଇ ସଞ୍ଜୟ ସିଂ କହିଛନ୍ତି ଯେ ନରେନ୍ଦ୍ର ମୋଦି ୭୩ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ହେଲେ ଭାରତ ମା’ର ସୁରକ୍ଷା ଦେବା ପାଇଁ ସୀମାରେ ଛିଡ଼ା ହୋଇଥିବା ଯବାନ ମାତ୍ର ୪ ବର୍ଷ ସେବା ଦେଇ ଅବସର ନେଇଯିବ ବୋଲି ସେ କହିଛନ୍ତି।