Categories: ଜାତୀୟ

ଜେଲ୍‌ରୁ ବାହାରିଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୩ା୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲ୍‌ରେ ୬ ମାସ ରହିବା ପରେ ବରିଷ୍ଠ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ ବୁଧବାର ଜେଲ୍‌ରୁ ବାହାରିଛନ୍ତି। ଗୋଟିଏ ଦିନ ପୂର୍ବରୁ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଏଏପି ନେତାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ ପରେ ଅନୁସନ୍ଧାନକାରୀ ସଂସ୍ଥା କହିଛନ୍ତି ଯେ, ସଞ୍ଜୟଙ୍କୁ ଜାମିନ ପ୍ରଦାନ କରିବାକୁ ସେମାନଙ୍କର କୌଣସି ଆପତ୍ତି ନାହିଁ।

ସୂଚନା ଅନୁଯାୟୀ, ସଞ୍ଜୟ ତିହାରରୁ ବାହାରି ସିଧାସଳଖ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ବାସଭବନକୁ ଯାଇ ତାଙ୍କ ସ୍ତ୍ରୀ ସୁନୀତାଙ୍କୁ ଭେଟିବେ ବୋଲି କହିଛନ୍ତି। ସଞ୍ଜୟଙ୍କୁ ସ୍ବାଗତ କରିବା ପାଇଁ ଜେଲ୍‌ ବାହାରେ ବହୁ ସଂଖ୍ୟାରେ କର୍ମୀ ଠିଆ ହୋଇଥିବା ଦେଖିବାକୁ ମିିଳିଛି।

Share