ସଞ୍ଜୟ ସିଂ ସୂଚନା ଓ ଲୋକ ସମ୍ପର୍କ ପ୍ରମୁଖ ସଚିବ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଆଇଏଏସ୍‌ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ କରିଥିବା ବେଳେ ଶୁକ୍ରବାର ଆଉ ୨ ଜଣ ଆଇଏଏସ୍‌ ଅଫିସରଙ୍କୁ ବଦଳି କରାଯାଇଛି। ଏ ନେଇ ଶୁକ୍ରବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ କମିଶନର ସହିତ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଉପାଧ୍ୟକ୍ଷ, ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ ସିଇଓ ଏବଂ କ୍ରୁଟ୍‌ ଏମ୍‌ଡି ଥିବା ୧୯୯୭ ବ୍ୟାଚ ଆଇଏଏସ୍‌ ଅଫିସର ସଞ୍ଜୟ କୁମାର ସିଂଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି। ଏଥିସହିତ ସେ ବିଡିଏ ଉପାଧ୍ୟକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡର ସିଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେହିପରି ୨୦୦୮ ବ୍ୟାଚ ଆଇଏଏସ୍‌ ଅଫିସର ତଥା ଓଡ଼ିଶା ରାଜ୍ୟ ଔଷଧ ନିଗମ ଏମ୍‌ଡି ଯାମିନୀ ଷଡ଼ଙ୍ଗୀଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅଫିସର ଅନ ସ୍ପେଶାଲ ଡ୍ୟୁଟି (ଓଏସ୍‌ଡି) ଭାବେ ବଦଳି କରାଯାଇଛି।

Share