Categories: ଜାତୀୟ

ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତ ଜାନୁୟାରୀ ୧୦ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୨୧।୧୨: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ରୌଜ୍‌ ଏଭିନ୍ୟୁ ଗୁରୁବାର (ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତକୁ ଜାନୁୟାରୀ ୧୦ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଏପି ନେତାଙ୍କୁ ତାଙ୍କ ସରକାରୀ ବାସଭବନରେ ଅନେକ ଘଣ୍ଟା ଧରି ପଚରାଉଚରା ପରେ ଅକ୍ଟୋବର ୪ରେ ଇଡି ଗିରଫ କରିଥିଲା।

ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଜେଲରେ ଅଛନ୍ତି। ଏହା ବ୍ୟତୀତ ଇଡି ମୁଖ୍ୟମନ୍ତ୍ରୀ ତଥା ଏଏପିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ପଚରାଉଚରା ପାଇଁ ସମନ ଜାରି କରିଛି।

Share