Categories: ଜାତୀୟ

‘ସାରା ଦେଶ ଜାଣିଛି ଏକଛତ୍ରବାଦୀ ଶାସକ….’, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ସଞ୍ଜୟ

ନୂଆଦିଲ୍ଲୀ,୨୯।୬: ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମପି ସଞ୍ଜୟ ସିଂ ଶନିବାର (ଜୁନ ୨୯) କେନ୍ଦ୍ର ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏବଂ ସିବିଆଇ ଭଳି ଅନୁସନ୍ଧାନକାରୀ ଏଜେନ୍ସିର କାର୍ଯ୍ୟାନୁଷ୍ଠାନ ଉପରେ ସେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସଞ୍ଜୟ ସିଂ କହିଛନ୍ତି ଯେ, ଯେଉଁଠାରେ ଏଜେନ୍ସିର ସ୍ବତନ୍ତ୍ରତା ଦେଖାଯାଏ, କେବଳ ଗୋଟିଏ କଥା ଶୁଣାଯାଏ ଯେ ଉପରୁ ବହୁତ ଚାପ ଅଛ। ଏକଛତ୍ରବାଦୀ ଶାସକ କିଏ ବଶେଲି ସେ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ଗତ କିଛି ମାସ ମଧ୍ୟରେ ଆମ ଆଦମୀ ପାର୍ଟି ନେତାଙ୍କ ବିରୋଧରେ ଇଡି ଏବଂ ସିବିଆଇ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଥିଲା। ମଦ ନୀତି ମାମଲାରେ ମାର୍ଚ୍ଚରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳର ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରାଯାଇଥିଲା। ସେ ଏବେ ମଧ୍ୟ ଜେଲରେ ଅଛନ୍ତି। ପୂର୍ବତନଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏକ ବର୍ଷରୁ ଅଧିକ ସମୟ ଜେଲରେ ଅଛନ୍ତି। ମଦ ନୀତି ମାମଲାରେ ସଞ୍ଜୟ ସିଂଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ସେ କେବଳ ଏପ୍ରିଲରେ ଜାମିନ ପାଇଥିଲେ।

Share