Categories: ଜାତୀୟ

ସଞ୍ଜୟ ଭାବୁଥିଲେ ଏମଭିଏ ମେଣ୍ଟ ୨୫ ବର୍ଷ ଚାଲିଥାନ୍ତା: ଅଜିତ ପାଓ୍ବାର…

ମୁମ୍ବାଇ,୧୯।୬ : ମହା ବିକାଶ ଆଗାଡି (ଏମଭିଏ) ରେ ସବୁକିଛି ଠିକ ଚାଲିନାହିଁ। ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଅଜିତ ପାୱାର ଏବଂ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଜାରି ରହିଛି। ଫଳରେ ମେଣ୍ଟର ଫାଟ ପଦାରେ ପଡ଼ିଛି। ପୁଣି ଥରେ ଏନସିପି ନେତା ଅଜିତ ପାୱାର ରାଉତଙ୍କ ବିବୃତ୍ତି ନେଇ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେତେବେଳେ ରାଜ୍ୟରେ ଉଦ୍ଧବ ଠାକରେଙ୍କ ସରକାର ଥିଲା ସେତେବେଳେ ସଞ୍ଜୟ ଭାବୁଥିଲେ ଏମଭିଏ ମିଳିତ ମେଣ୍ଟ ୨୫ ବର୍ଷ ପର୍ଯ୍ୟନ୍ତ ରହିବ। କିନ୍ତୁ, ବର୍ତ୍ତମାନ ସେମାନେ ନିଜ ସରକାର ଆଣିବାକୁ ଚାହୁଁଛନ୍ତି। ସ

ଞ୍ଜୟ ରାଉତ ଏକ ବିବୃତ୍ତି ଦେଇ କହିଥିଲେ ଯେପର୍ଯ୍ୟନ୍ତ ଏହା ଆମ ମନରେ ଅଛି, ସେପର୍ଯ୍ୟନ୍ତ ଆମେ ମହାବିକାଶ ଅଘାଡିରେ ରହିବୁ। ଅନ୍ୟଥା, ସେମାନେ ଗୈରିକ ଦଳ ଭାଜପା ମୁହାଁ ହେବେ। ବିରୋଧୀ ଦଳର ନେତା ଅଜିତ ପାୱାର ରାଉତଙ୍କ ବିବୃତ୍ତିରେ ଜବାବ ଦେଇଛନ୍ତି। ତାଙ୍କ ଦଳକୁ ଆଗକୁ ନେବାକୁ ସମସ୍ତଙ୍କର ଅଧିକାର ଅଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ସେମାନେ ଚାହୁଁଛନ୍ତି ନିଜ ସରକାର ଆଗକୁ ଆସନ୍ତୁ ତେବେ ଏଥିରେ କ’ଣ ଭୁଲ ଅଛି? ପ୍ରତ୍ୟେକ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଦଳ ଆଗକୁ ବଢୁଛି। ଆମର କିଛି କହିବାର ନାହିଁ। ଆମେ ସେମାନଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛୁ ।

ଆମେ ଏକାଠି ହୋଇଛୁ କାରଣ ଯଦି ଆଜି ଆମେ ଏକାଠି ନ ହେବୁ, ତେବେ ଆମେ ଭାଜପା ଏବଂ ମୁଖ୍ୟନ୍ତ୍ରୀ ଲଏକନାଥ ଶିନ୍ଦେଙ୍କ ଦଳ ସହିତ ଲଢ଼ିପାରିବୁ ନାହିଁ।

 

Share