Categories: ଖେଳ

କୋର୍ଟରେ ଚ୍ୟାଲେଞ୍ଜ କରିବେ ସଞ୍ଜୟ

ନୂଆଦିଲ୍ଲୀ,୨୮।୧୨: ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ନୂଆ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ ସୁଦ୍ଧା ବିବାଦ ହଟୁ ନାହିଁ। ଡବ୍ଲ୍ୟୁଏଫ୍‌ଆଇ ଏହାର ସମ୍ବିଧାନ ଅନୁସରଣ କରୁ ନ ଥିବା ଦର୍ଶାଇ କ୍ରୀଡ଼ା ମନ୍ତ୍ରଣାଳୟ ଏହାକୁ ସସ୍‌ପେଣ୍ଡ କରିଥିବା ବେଳେ ନବନିର୍ବାଚିତ ସଭାପତି ସଞ୍ଜୟ ସିଂ କୋର୍ଟରେ ଚ୍ୟାଲେଞ୍ଜ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।

ଡବ୍ଲ୍ୟୁଏଫ୍‌ଆଇ ୧୫ ବର୍ଷରୁ କମ୍‌ ଓ ୨୦ ବର୍ଷରୁ କମ୍‌ ଜାତୀୟ ଚାମ୍ପିୟନଶିପ୍‌ ଘୋଷଣା କରିବା ସହ କେତେକ ନିଷ୍ପତ୍ତି ନେଇଛନ୍ତି, ଯାହାକି ଏହାର ସମ୍ବିଧାନ ବାହାରେ। ଫଳତଃ କ୍ରୀଡ଼ା ମନ୍ତ୍ରଣାଳୟ ନବ ଗଠିତ ଡବ୍ଲ୍ୟୁଏଫ୍‌ଆଇକୁ ନିର୍ବାଚନର ୩ ଦିନ ପରେ ସସ୍‌ପେଣ୍ଡ କରିଛି।

ସଞ୍ଜୟ କହିଛନ୍ତି, ତାଙ୍କ ସ୍ବୟଂଶାସିତ ଏବଂ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସଂଘକୁ ସରକାର ବିନା ଶୁଣାଣିରେ ସସ୍‌ପେଣ୍ଡ କରିପାରିବେ ନାହିଁ। ନିର୍ବାଚନ ବେଳେ ଜମ୍ମୁ ଓ କଶ୍ମୀରର ଜଣେ ଅବରସପ୍ରାପ୍ତ ମୁଖ୍ୟ ବିଚାରପତି ରିଟର୍ନିଂ ଅଫିସର ଦାୟିତ୍ୱ ତୁଲାଇଥିଲେ। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଓ ୟୁଡବ୍ଲ୍ୟୁଡବ୍ଲୁୃ୍ୟ (ୟୁନାଇଟେଡ ଓ୍ବାଲର୍‌ଡ ରେସ୍‌ଲିଂ)ରୁ ଆସିଥିବା ପର୍ଯ୍ୟବେକ୍ଷକ ମଧ୍ୟ ଉପସ୍ଥିତ ଥିଲେ। ୨୫ଟି ରାଜ୍ୟ ଆସୋସିଏଶନ ମଧ୍ୟରୁ ୩ଟି ଅନୁପସ୍ଥିତ ରହିଥିଲେ। ନିର୍ବାଚନରେ ୨ଟି ରାଜ୍ୟ ୟୁନିଟ ଭାଗ ନେଇଥିଲେ। ସେ ୪୭ ଭୋଟ୍‌ରୁ ୪୦ ଭୋଟ ପାଇଁ ବିଜୟୀ ହୋଇଛନ୍ତି। ଏସବୁ ସତ୍ତ୍ୱେ ଯଦି ସେମାନଙ୍କୁ ସସ୍‌ପେଣ୍ଡ କରାଯାଏ ତେବେ ତାହା ଗ୍ରହଣଯୋଗ୍ୟ ନୁହେଁ। ସରକାର ଡବ୍ଲ୍ୟୁଏଫ୍‌ଆଇକୁ ସସ୍‌ପେଣ୍ଡ କରିବା ପୂର୍ବରୁ ଉପଯୁକ୍ତ ପ୍ରକ୍ରିୟା ପାଳନ କରିନାହାନ୍ତି ବୋଲି ସଞ୍ଜୟ ପାଲଟା ଜବାବ ଦେଇଛନ୍ତି।

Share