Categories: ଜାତୀୟ

୧୦ ଜୁନରେ ଉଦ୍ଧବଙ୍କ ସହ ବିଶ୍ୱାସଘାତ କରି ସଞ୍ଜୟ ଏନସିପିରେ ହେବେ ସାମିଲ: ନୀତୀଶ ରାଣେ…

ମୁମ୍ବାଇ,୭।୫ : ମହାରାଷ୍ଟ୍ରର ଭାରତୀୟ ଜନତା ପାର୍ଟି ବିଧାୟକ ନୀତୀଶ ରାଣେ ରବିବାର ଶିବସେନା ଉଦ୍ଧବ ଦଳର ରାଜ୍ୟସଭା ଏମପି ସଞ୍ଜୟ ରାଉତଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନୀତୀଶ ସଞ୍ଜୟଙ୍କ ତୁଳନା ସାପ ସହିତ କରିଛନ୍ତି। ସେ ଉଦ୍ଧବ ଠାକରେଙ୍କ ପ୍ରତି ବିଶ୍ୱାସଘାତକତା କରିବେ। ଏହା ସହିତ ସେ ମଧ୍ୟ ପୂର୍ବାନୁମାନ କରିଛନ୍ତି,ସଞ୍ଜୟ ୧୦ ଜୁନରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ରେ ଯୋଗଦେବାକୁ ଯାଉଛନ୍ତି।

ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ନୀତୀଶକହିଛନ୍ତି, ଆଗାମୀ ଦିନରେ ମହାରାଷ୍ଟ୍ର ରାଜନୀତିରେ ବହୁ ଓଲଟପାଲଟ ହେବାର ସମ୍ଭାବନା ରହିଛି। ସଞ୍ଜୟ ଏନସିପିରେ ଯୋଗଦେବେ। ସେ ଏହା ମଧ୍ୟ ଦାବି କରିଛନ୍ତି ସଞ୍ଜୟ ଅଜିତ ପାୱାରଙ୍କୁ ବିରୋଧ କରୁଛନ୍ତି। ଯଦି ଅଜିତ ଦଳ ଛାଡ଼ିବେ ତେବେ ସଞ୍ଜୟ ଏନସିପିରେ ଯୋଗଦେବେ।

ମୁଁ ପାଇଥିବା ସୂଚନା ଅନୁଯାୟୀ ସଞ୍ଜୟ ଶରଦ ପାୱାରଙ୍କୁ ଅନୁସରଣ କରୁଛନ୍ତି ଏବଂ ଖୁବ ଶୀଘ୍ର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। ସେ ଅତି ଶୀଘ୍ର ଏହି ନିଷ୍ପତ୍ତି ନେଇଛନ୍ତି। ସଞ୍ଜୟ ରାଉତ ସର୍ବଦା ଅଜିତ ପାୱାରଙ୍କୁ ବିରୋଧ କରିଆସୁଛନ୍ତି। ତେଣୁ ତାଙ୍କର କେବଳ ଗୋଟିଏ ସର୍ତ୍ତ ଅଛି, ଯଦି ଅଜିତ ଦଳ ଛାଡନ୍ତି, ତେବେ ସେ ଏନସିପିରେ ଯୋଗଦେବେ। ସଞ୍ଜୟ ରାଜନୈତିକ ଭାବେ ଉଦ୍ଧବ ଠାକରେଙ୍କୁ ହଟାଇବାକୁ ଚେଷ୍ଟା କରୁଛନ୍ତି।

ସଞ୍ଜୟଙ୍କୁ ନିକଟ ଭବିଷ୍ୟତରେ ଏନସିପି ମଞ୍ଚରେ ଦେଖିବାକୁ ମିଳିବ। ଶରଦ ପାୱାରଙ୍କ ଇସ୍ତଫା ଉପରେ ବିରୋଧୀ ଦଳର ସମସ୍ତ ନେତା ଶରଦ ପାୱାରଙ୍କୁ ଭେଟି ଇସ୍ତଫା ନ ଦେବାକୁ କହିଥିଲେ। କିନ୍ତୁ ମୁଁ କୌଣସି ସ୍ଥାନରେ ପଢ଼ି ନାହିଁ କିମ୍ବା ଦେଖି ନାହିଁ, ଉଦ୍ଧବ ଠାକରେ ତାଙ୍କୁ ଡାକିଥିଲେ କିମ୍ବା ଇସ୍ତଫା ନ ଦେବାକୁ କହିଥିଲେ। ମୁଁ ଉଦ୍ଧବ ଠାକରେଙ୍କୁ କହିବାକୁ ଚାହେଁ, ସଞ୍ଜୟ ଏକ ସାପ।

ନୀତୀଶ ରାଣେଙ୍କ ଦାବି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆଦିତ୍ୟ ଠାକରେ କହିଛନ୍ତି ଭାଜପା ନେତାଙ୍କୁ ଏଭଳି ବିବୃତ୍ତି ଦେବା ପାଇଁ ଦରମା ଦିଆଯାଉଛି।

Share