କେଜିଏଫ୍‌-୨’ ଦେଖିବେନି ସଞ୍ଜୟଙ୍କ ଝିଅ, କହିଲେ କାରଣ

ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍‌-୨’। କନ୍ନଡ ସୁପରଷ୍ଟାର ୟଶଙ୍କ ଦମ୍‌ଦାର ଅଭିନୟକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି। ଫିଲ୍ମରେ ୟଶଙ୍କ ସହ ସଞ୍ଜୟ ଦତ୍ତ, ଶ୍ରୀନିଧି ସେଟ୍ଟୀ, ରବିନା ଟଣ୍ଡନ ଏବଂ ପ୍ରକାଶ ରାଜ ଅଭିନୟ କରଛନ୍ତି। ଫିଲ୍ମଟି କନ୍ନଡ ସମେତ ତେଲୁଗୁ, ହିନ୍ଦୀ, ତାମିଲ ଏବଂ ମାଲାୟାଲମ ଭାଷାରେ ରିଲିଜ ହୋଇଛି। ଏହି ଫିଲ୍ମରେ ସଞ୍ଜୟ ଦତ୍ତ ମୁଖ୍ୟ ଭିଲେନ ଭୂମିକାରେ ନଜର ଆସିଛନ୍ତି।
ନିକଟରେ ସଞ୍ଜୟ ଦତ୍ତ ଏକ ସାକ୍ଷାତକାରରେ ଫିଲ୍ମରେ ତାଙ୍କର ଭୂମିକା ଏବଂ ତାଙ୍କ ଝିଅ ସହିତ କନେକ୍ସନ ବିଷୟରେ କହିଛନ୍ତି ଯେ, ଫିଲ୍ମ‘କେଜିଏଫ୍‌-୨’କୁ ତାଙ୍କ ଝିଅ ଇକରା ଦେଖିବେ ନାହିଁ। କାରଣ ଏହି ଫିଲ୍ମରେ ମୋର ଯେଉଁ ଭୂମିକା ଅଛି ସେଥିରେ ମୋର ମୃତ୍ୟୁ ହୋଇଯାଇଛି। ଯାହା ମୋ ଝିଅକୁ ପସନ୍ଦ ନୁହେଁ। ଯେତେବେଳେ ମୁଁ ଫିଲ୍ମରେ ସାଇନ କରେ ସେତେବେଳେ ମୋ ଝିଅର ପ୍ରଥମ ପ୍ରଶ୍ନ ଥାଏ କି ‘ତୁମେ ଏହି ଫିଲ୍ମରେ ମରିଯିବ ନିି ତ? ଯଦି ସେହି ଫିଲ୍ମରେ ମୋର ଭୂମିକା ସେହିଭଳି ଥାଏ ତେବେ ସେ ଫିଲ୍ମ ଦେଖନ୍ତି ନାହିଁ ବୋଲି ସଞ୍ଜୟ କହିଛନ୍ତି।

Share