ମୁମ୍ବାଇ, ୨୭।୯ : ମୁମ୍ବାଇର ପ୍ରସିଦ୍ଧ ପାତ୍ରା ଚୌଲ ସ୍କାମରେ ପ୍ରାୟ ଦୁଇମାସ ଧରି ଜେଲରେ ଥିବା ଶିବସେନା ନେତା ସଞ୍ଜୟ ରାଉତଙ୍କ ଜାମିନ ଉପରେ ଶୁଣାଣି ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ସ୍ବତନ୍ତ୍ର ପିଏମଏଲଏ କୋର୍ଟରେ ଅନୁଷ୍ଠିତ ଶୁଣାଣିରେ ସଞ୍ଜୟଙ୍କୁ ଝଟ୍କା ଲାଗିଛି। କୋର୍ଟ ଏହି ମାମଲାର ଶୁଣାଣି ଅକ୍ଟୋବର ୧୦ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।
ଫଳରେ ସଞ୍ଜୟଙ୍କ ଦଶହରା ଜେଲରେ ବିତିବ ବୋଲି ସ୍ପଷ୍ଟ ହୋଇଛି। ଜାମିନ ପ୍ରଦାନ ସପକ୍ଷରେ ରାଉତଙ୍କ ଆଇନଜୀବୀ ଯୁକ୍ତି ଉପସ୍ଥାପନ କରିଥିଲେ। ପରବର୍ତ୍ତୀ ତାରିଖରେ ଇଡିର ଓକିଲମାନେ ସେମାନଙ୍କ ପକ୍ଷ ଉପସ୍ଥାପନ କରିବେ। ଏହି ସ୍କାମରେ ବିଲଡର ତଥା ଠିକାଦାରଙ୍କଠାରୁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଏହି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ଅଗଷ୍ଟ ୧ରେ ଗିରଫ କରିଥିଲା।