Categories: ଜାତୀୟ

ଲୋକସଭା ନିର୍ବାଚନ ଲଢ଼ିବାକୁ ସଞ୍ଜୟଙ୍କ ପ୍ରସ୍ତୁତି: ମୁମ୍ବାଇର ଉତ୍ତର ପୂର୍ବ ଆସନରୁ ଲଢ଼ିବା ଯୋଜନା…

ମୁମ୍ବାଇ,୨୧।୮ : ଲୋକସଭା ର୍ନିବାଚନରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ସଞ୍ଜୟ ରାଉତଙ୍କୁ ଲୋକସଭା ନିର୍ବାଚନୟରେ ପ୍ରାର୍ଥୀ କରିବାକୁ ପ୍ରସ୍ତୁତି ଚାଲିଛି। ଦଳ ଚାହୁଁଛି ସଞ୍ଜୟ ରାଉତ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ। ରାଉତ ମୁମ୍ବାଇର ଉତ୍ତର ପୂର୍ବ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଚର୍ଚ୍ଚା ହେଉଛି।।

ସଞ୍ଜୟ ରାଉତଙ୍କୁ ଉଦ୍ଧବ ଠାକରେଙ୍କ ଅତି ଘନିଷ୍ଠ ଲୋକଙ୍କ ମଧ୍ୟରେ ଗଣାଯାଏ। ୨୦୧୯ରେ ବିଧାନସଭା ନିର୍ବାଚନ ପରେ ଯେତେବେଳେ ଶିବସେନା ଏବଂ ଭାଜପା ମୁଖ୍ୟମନ୍ତ୍ରୀ ପଦବୀକୁ ଅଲଗା କରିଥିଲେ, ସେହି ଦିନଠାରୁ ସେ ଭାଜପାକୁ ଟାର୍ଗେଟ କରି ଆସୁଛନ୍ତି।

ସଙ୍କଟଜନକ ସମୟରେ ସେ ଉଦ୍ଧବଙ୍କ ସହିତ ରହିଛନ୍ତି। ଜୁନ ୨୦୨୨ରେ, ଯେତେବେଳେ ଶିବସେନାରେ ଏକ ବଡ ବିଦ୍ରୋହ ହୋଇଥିଲା ଏବଂ ବହୁ ସଂଖ୍ୟକ ଦଳର ବିଧାୟକ ଏବଂ ଏମପିମାନେ ଉଦ୍ଧବଙ୍କୁ ଛାଡି ଏକନାଥ ଶିନ୍ଦେଙ୍କ ଦଳରେ ଯୋଗ ଦେଇଥିଲେ, ସେତେବେଳେ ମଧ୍ୟ ସଞ୍ଜୟ ରାଉତ ଉଦ୍ଧବ ଠାକରେଙ୍କ ସହ ଠିଆ ହୋଇଥିଲେ। ସେ ଏକନାଥ ଶିନ୍ଦେ ଏବଂ ତାଙ୍କ ସହ ଥିବା ଲୋକଙ୍କୁ ଦେଶଦ୍ରୋହୀ ଏବଂ ବିଶ୍ୱାସଘାତକ ବୋଲି କହିଥିଲେ।

Share