ସଞ୍ଜୟଙ୍କ ପୁଅ ସାଜିବେ ଟାଇଗର

ମୁମ୍ବାଇ: ‘ହେରା ଫେରି’, ‘ଆୱାରା ପାଗଲ ଦିୱାନା’, ‘ଓ୍ବେଲକମ ଫ୍ରାଞ୍ଚାଇଜ’ ଭଳି ହିଟ୍‌ ଫିଲ୍ମ ନିର୍ମାତା ଫିରୋଜ ଏ ନାଡ଼ିଆଡୱାଲା ପୁଣି ଦର୍ଶକଙ୍କ ମନୋରଞ୍ଜନର ଯୋଜନା କରୁଛନ୍ତି। ସେ ଏନେଇ ବଡ଼ ଘୋଷଣା କରିଛନ୍ତି। ବଲିଉଡ୍‌ର ୨ ଭିନ୍ନ ପିଢ଼ିର ଆକ୍ସନ ହିରୋଙ୍କୁ ଏକାଠି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫିରୋଜ ଆଗାମୀ ଫିଲ୍ମ ‘ମାଷ୍ଟର ବ୍ଲାଷ୍ଟର’ରେ ହିନ୍ଦୀ ସିନେମାର ଖଳନାୟକ ସଞ୍ଜୟ ଦତ୍ତ ଏବଂ ଟାଇଗର ଶ୍ରଫଙ୍କୁ ଆଗକୁ ଏକାଠି ଦେଖିବାକୁ ମିଳିବ। ସିନେମାର କମେଡିରେ ଲୋକେ ତାଙ୍କ ହସ ଅଟକାଇ ପାରିବେନି। ଏଥିସହ ଉଭୟଙ୍କ ଦମ୍‌ଦାର ଆକ୍ସନ ଦେଖିବାକୁ ମିଳିବ। ସୂଚନା ମୁତାବକ, ଫିଲ୍ମ ଶୁଟିଂ ହଂକଂ, ମକାଉ ଏବଂ ଚାଇନାରେ ହେବ। ସିନେମାରେ ଇତିହାସରେ ପ୍ରଥମ ଥର ପାଇଁ ନୂଆ ଟେକ୍ନୋଲୋଜି ବ୍ୟବହୃତ କରାଯିବ। ସଞ୍ଜୟ ଏବଂ ଟାଇଗରଙ୍କ ଏହା ପ୍ରଥମ ଫିଲ୍ମ ହେବ। ତେବେ ଟାଇଗର ୨୦୧୪ରେ ତାଙ୍କ ଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ବାଗୀ, ମୁନ୍ନା ମାଇକେଲ, ଷ୍ଟୁଡେଣ୍ଟ ଅଫ ଦି ଇଅର ୨, ୱାର, ବାଗୀ ୩ ଆଦିରେ ନଜରକୁ ଆସିଛନ୍ତି। ଶେଷଥର ପାଇଁ ତାଙ୍କୁ ହିରୋପନ୍ତି ୨ରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କର ଆଉ କିଛି ଫିଲ୍ମ ଆସିବାକୁ ଯାଉଛି। ଏଥିସହ ତାଙ୍କୁ ଅନେକ ମ୍ୟୁଜିକ୍‌ ଭିଡିଓରେ ଦେଖିବାକୁ ମିଳିଛି।

Share