‘ଓ ଅଣ୍ଟା ଓ୍ବା’ ଗୀତରେ ନାଚି ଟ୍ରୋଲ ହେଲେ ଏହି ଅଭିନେତ୍ରୀ, ଲୋକେ କହିଲେ ଛାଡପତ୍ରର ସାଇଡ ଇଫେକ୍ଟ

ସେଲିବ୍ରିଟିଙ୍କ ବିବାହ ଯେପରି ହେଉଛି ବିବାହ ବିଚ୍ଛେଦ ମଧ୍ୟ ସେହିପରି ହେଉଛି। ନିକଟରେ ଟେଲି ଜଗତର ଜଣାଶୁଣା ଲୋକପ୍ରିୟ ଦମ୍ପତ୍ତି ଅମିର ଅଲ୍ଲି-ସଞ୍ଜିଦା ଶେଖଙ୍କ ଛାଡପତ୍ର ହୋଇଥିଲା । ବିବାହର ୯ ବର୍ଷ ପରେ ଦୁହେଁ ଅଲଗା ହୋଇଥିଲେ । ଦୁହିଁଙ୍କର ଏକ ଝିଅ ମଧ୍ୟ ଅଛି। ନିକଟରେ ସଞ୍ଜିଦା ଇନଷ୍ଟାଗ୍ରାମରେ ତାଙ୍କ ଗ୍ଲାମରସ ଫଟୋଶୁଟ ଏବଂ ଡ୍ୟାନ୍ସ ଭିଡିଓ ଶେୟାର କରିଥିଲେ । ବର୍ତ୍ତମାନ ସାମନ୍ଥାଙ୍କ ସୁପରହିଟ ଗୀତ ‘ଓ ଅଣ୍ଟା ଓ୍ବା’ଗୀତରେ ନାଚୁଥିବାର ଦେଖିବାକୁ ମିଳିଥିଲା । ଏହି ରିଲ୍‌ ଭିଡିଓରେ ସଞ୍ଜିଦା ଏକ କଳା ରଙ୍ଗର ଡ୍ରେସରେ ନଜର ଆସିଛନ୍ତି । ଭିଡିଓଟି ଖୁବ ଭାଇରାଲ ହେଉଥିବା ବେଳେ ଏହାକୁ ଅନେକ ପ୍ରଂଶସକ ପସନ୍ଦ କରିଛନ୍ତି। ତେବେ ଆଉ କେତେ ଜଣ ୟୁଜର୍ସ ତାଙ୍କୁ ଟ୍ରୋଲ୍‌ କରିଛନ୍ତି। ଜଣେ ୟୁଜର୍ସ କହିଛନ୍ତି, ଛାଡପତ୍ରର ସାଇଡ ଇଫେକ୍ଟ ଏହାକୁ ନେଇ ଅନ୍ୟ ଜଣେ କହିଛନ୍ତି ପ୍ରଥମେ ସାମନ୍ଥା ଏବେ ତମେ । ଅନ୍ୟ ଜଣେ କହିଛନ୍ତି, ଏହି ପ୍ରକାରର ଆଇଟମ ଗୀତ କରିବା ପାଇଁ ଅଭିନେତ୍ରୀମାନେ କାହିଁକି ଛାଡପତ୍ର କରନ୍ତି? ଏହିପରି ତାଙ୍କୁ ବହୁତ କିଛି ମନ୍ତବ୍ୟ ଆସିଛି । ହେଲେ ଏଥିରେ ସଞ୍ଜିଦାଙ୍କର କୌଣସି ଫରକ ପଡିନାହିଁ ।

https://www.instagram.com/iamsanjeeda/?utm_source=ig_embed&ig_rid=5813b92f-1038-491a-9e05-a6938297583b

Share