ଅନ୍ଧବିଶ୍ୱାସ ଯୋଗୁ ସାରା ଜୀବନ ଅବିବାହିତ ରହିଥିଲେ ଏହି ଅଭିନେତା

ବଲିଉଡ ଅଭିନେତା ସଞ୍ଜୀବ କୁମାର ଜଣେ ଅତୁଳନୀୟ ଅଭିନେତା ଥିଲେ। ୧୯୩୮ ମସିହା ଜୁଲାଇ ୯ରେ ଗୁଜୁରାଟର ସୁରଟରେ ଜନ୍ମଗ୍ରହଣ କରିଥିବା ସଞ୍ଜୀବ ଜଣେ ଚମତ୍କାର କଳାକାର ତଥା ଅତି ଭଦ୍ର ବ୍ୟକ୍ତି ମଧ୍ୟ ଥିଲେ। ଶୋଲେ ଫିଲ୍ମରେ ଠାକୁରଙ୍କ ଚରିତ୍ର ପାଇଁ ସେ ସବୁବେଳେ ଅମର ହୋଇ ରହିବେ। ସେ ନୟା ଦିନ ନୟି ରାତ୍‌ ଫିଲ୍ମରେ ୯ଟି ଭୂମିକା ଅଭିନୟ କରିଥିଲେ। ଚେଷ୍ଟା ଚଳଚ୍ଚିତ୍ରରେ ସେ ଜଣେ ବଧିର ବ୍ୟକ୍ତିଙ୍କ ଭୂମିକାକୁ ଚମତ୍କାର ନିଭାଇଥିଲେ। ହୃଦରୋଗ ଯୋଗୁ ସେ ମାତ୍ର ୪୭ ବର୍ଷ ବୟସରେ ୧୯୮୫, ନଭେମ୍ବର ୬ରେ ଦୁନିଆକୁ ଅଲବିଦା କହିଥିଲେ।
ସଞ୍ଜୀବଙ୍କ ପ୍ରକୃତ ନାମ ଥିଲା ଜେଥାଲାଲ ଜରିୱାଲା। କିନ୍ତୁ ଅଧିକାଂଶ ଲୋକ ତାଙ୍କୁ ତାଙ୍କ ସ୍କ୍ରିନ ନାମରୁ ଜାଣିଛନ୍ତି। ଖୁବ କମ ଲୋକ ଜାଣନ୍ତି ଯେ ସଞ୍ଜୀବ କୁମାର କେବେ ବି ବିବାହ କରି ନ ଥିଲେ କିନ୍ତୁ ଅନେକ ଥର ପ୍ରେମରେ ପଡିଥିଲେ। ସଞ୍ଜୀବଙ୍କୁ ବଲିଉଡର ପ୍ରଥମ ରିଅଲ ଲାଇଫ ବ୍ୟାଚ୍‌ଲର୍‌ ମଧ୍ୟ କୁହାଯାଉଥିଲା। ଆଜିକାଲି ଏହି ଟାଇଟଲ ସଲମାନ ଖାନଙ୍କ ସହିତ ଅଛି। ସଞ୍ଜୀବ ମଧ୍ୟ ବାସ୍ତବ ଜୀବନରେ ଏକ ଅଦ୍ଭୁତ ଅନ୍ଧବିଶ୍ୱାସର ଶିକାର ହୋଇଥିଲେ। ତାଙ୍କର ବିଶ୍ୱାସ ଥିଲା ଯେ ତାଙ୍କ ପରିବାରରେ ବଡ ପୁଅକୁ ୧୦ ବର୍ଷ ହେଲେ ପିତାଙ୍କର ମୃତ୍ୟୁ ହୁଏ। ସଞ୍ଜୀବଙ୍କ ଜେଜେବାପା, ପିତା ଏବଂ ଭାଇଙ୍କ ସହ ଏହା ଘଟିସାରିଥିଲା। ସଞ୍ଜୀବ ତାଙ୍କ ସ୍ବର୍ଗତ ଭାଇଙ୍କ ପୁଅକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ। କିନ୍ତୁ ତାଙ୍କର ମଧ୍ୟ ଦଶ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା। ଏଥିପାଇଁ ସେ ଜୀବନସାରା ଅବିବାହିତ ଥିଲେ।

Share