ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ୱର/ସମ୍ବଲପୁର,୨୧।୧(ବ୍ୟୁରୋ):ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୀବ ମିତ୍ତଲ। ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଅଧିନିୟମ ୨୦୨୦ ଅନୁସାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ବୁଧବାର ପ୍ରଫେସର ମିତ୍ତଲଙ୍କୁ ଏହି ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ୪ବର୍ଷ ପାଇଁ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିବେ। ବର୍ତ୍ତମାନ ସେ ଦିଲ୍ଲୀସ୍ଥିତ ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର ସ୍କୁଲ୍‌ ଅଫ୍‌ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌ର ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି। ୬୨ବର୍ଷୀୟ ପ୍ରଫେସର ମିତ୍ତଲଙ୍କ ୨୯ବର୍ଷର ଅଧ୍ୟାପନା ଅଭିଜ୍ଞତା ଥିବାବେଳେ ୧୩ବର୍ଷ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି। ସେ ନାକ୍‌ ଆକ୍ରିଡେଶନ ବୋର୍ଡର ସଦସ୍ୟ ମଧ୍ୟ ଥିଲେ। ତାଙ୍କର ୧୧୧ଟି ଲେଖା ବିଭିନ୍ନ ପୁସ୍ତକ ଓ ଜର୍ନାଲରେ ପ୍ରକାଶ ହୋଇଛି।

Share