ସଞ୍ଜୁଙ୍କ ଛାତିରେ ରହିଛି ଏହି ନାଁରେ ଟାଟୁ

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତ ଏବଂ ତାଙ୍କ ପିତା ସୁନିଲ ଦତ୍ତଙ୍କ ସମ୍ପର୍କକୁ ବୁଝିବା ବହୁତ କଷ୍ଟକର। ଫିଲ୍ମ ସଞ୍ଜୁରେ ପିତା-ପୁତ୍ରଙ୍କ ବଣ୍ଡିଂର ଝଲକ ଦେଖିବାକୁ ମିଳିଥିଲା। ସଞ୍ଜୁ ତାଙ୍କ ପିତାଙ୍କ ପ୍ରତି ଥିବା ଭଲପାଇବାକୁ ଶବ୍ଦରେ ପ୍ରକାଶ କରିପାରିଲେନି। ତେଣୁ ସେ ବାମପଟ ଛାତିରେ ତାଙ୍କ ବାପାଙ୍କ ନାଁ ସୁନିଲ ଲେଖି ଏକ ଟାଟୁ କରିଛନ୍ତି। ହିନ୍ଦୀ ଅକ୍ଷରରେ ସେ ଏହି ଟାଟୁ କରିଛନ୍ତି। ଯାହା ସବୁବେଳେ ତାଙ୍କ ହୃଦୟରେ ରହିବ। ସଞ୍ଜୁଙ୍କ ଏହି ଟାଟୁ ବେଶ୍‌ ଚର୍ଚ୍ଚାରେ ରହିଛି।

Share