Categories: ଖେଳ

ବାଦ୍‌ ପଡ଼ିଲେ କେ.ଏଲ୍‌. ରାହୁଲ; ଏହି କ୍ରିକେଟରଙ୍କୁ ମିଳିଲା ସୁଯୋଗ

ଟାରୌବା,୨୯।୭: ପ୍ରଥମେ ସର୍ଜରୀ ଏବଂ ପରେ କରୋନା ସଂକ୍ରମଣ ଯୋଗୁ ଟିମ୍‌ ଇଣ୍ଡିଆର ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର ଓପନର୍‌ କେ.ଏଲ୍‌.ରାହୁଲ। ଏବେ ତାଙ୍କ ସ୍ଥାନରେ ଟି୨୦ ସିରିଜ ଲାଗି ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନ୍‌ଙ୍କୁ ସୁଯୋଗ ମିଳିଛି। ବିସିସିଆଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ। ସିରିଜର ପ୍ରଥମ ମୁକାବିଲା ଶୁକବ୍ରାର(୨୯ ଜୁଲାଇ) ରାତି ୮ଟାରେ ତ୍ରିନିଦାଦର ବ୍ରାଏନ ଲାରା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ପୂର୍ବରୁ ସଞ୍ଜୁଙ୍କୁ ଦିନିକିଆ ସିରିଜରେ ସୁଯୋଗ ମିଳିଥିଲା ହେଲେ ଟି୨୦ ସ୍କ୍ବାର୍ଡରେ ସାମିଲ କରାଯାଇ ନ ଥିଲା। ଏବେ ରାହୁଲଙ୍କ ସ୍ଥାନରେ ତାଙ୍କୁ ସୁଯୋଗ ମିଳିଛି।

Share