Categories: ଖେଳ

କି ଭୁଲ କରିଦେଲେ ସଞ୍ଜୁ…

ନୂଆଦିଲ୍ଲୀ,୯।୮: ଚଳିତ ମାସରେ ଆରମ୍ଭ ହେବାକୁ ଥିବା ଏସିଆ କପ୍‌ ଲାଗି ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଏଥିରେ ପୂର୍ବ ଅଧିନାୟକ ବିରାଟ କୋହଲି ଏବଂ କେଏଲ୍‌ ରାହୁଲଙ୍କୁ ସୁଯୋଗ ମିଳିଛି। ହେଲେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନ୍‌, ଈଶାନ କିଶନ, ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ବାହାର କରାଯାଇଥିବା ଦେଖାଯାଇଛି। ବୋର୍ଡର ଏହି ଘୋଷଣା ପରେ ସଞ୍ଜୁଙ୍କ ପ୍ରଶଂସକ ନିରାଶ ହୋଇଛନ୍ତି। ତାଙ୍କୁ ଷ୍ଟାଣ୍ଡ ବାଏରେ କାହିଁକି ରଖାଯାଇନାହିଁ। ସେ କ’ଣ ଭୁଲ କରିଛନ୍ତି। କେବେ ତାଙ୍କୁ ଦଳରେ ସାମିଲ କରାଯାଉଥିବା ବେଳେ ପୁଣି ତାଙ୍କୁ ବାହାର କରିଦିଆଯାଉଛି ବୋଲି ଅନେକ କହୁଥିବା ଦେଖାଯାଇଛି।

Share