
ଦିଗପହଣ୍ଡି, ୧୮।୨ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ସ୍ଥିତ ସାନଖେମୁଣ୍ଡି ଉଚ୍ଚ ବିଦ୍ୟାଳୟ ପରିସର ରେ ମଙ୍ଗଳବାର ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି ।ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ବ୍ଲକ ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରାମଚନ୍ଦ୍ର ପଣ୍ଡା, ଗୀତାଞ୍ଜଳି ରଥ , ଖଲିକୋଟ ଡ଼ିଆଇଇଟିରୁ ଜୟନ୍ତୀ ବେହେରା, ଦିଗପହଣ୍ଡି ଏବିଇଓ ରସାନନ୍ଦ ଘଡ଼େଇ ପ୍ରମୁଖ ଅନ୍ୟତମ ଅତିଥି ଭାବେ ମଞ୍ଚାସିନ ଥିଲେ। ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ ନିମନ୍ତେ ଶପଥ ପାଠ କରାଯାଇଥିଲା।
ସାମ୍ପ୍ରତିକ ନୂତନ ଶିକ୍ଷା ନୀତିର ସଫଳତାରେ ସହ ଶିକ୍ଷୟତ୍ରୀ ଶିକ୍ଷକ କର୍ମଚାରୀଙ୍କ ସହଯୋଗରେ ବିଆରସିସି ଶୁକଦେବ ମଲ୍ଲିକ,ସିଆରସିସି ସୁଶାନ୍ତ କୁମାର ସାହୁ, ମନୋଜ ପ୍ରଧାନ , ତୋଫାନ ପାତ୍ର , ଦେବହରି ରଣା , ମାଧବ ସେଠୀ ,ଶଙ୍କର୍ଷଣ ସେଠୀ ପ୍ରମୁଖ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।