Advertisement

ଅବୈଧ ପ୍ରେମ ସମ୍ପର୍କକୁ ନେଇ ସଂକୀର୍ତ୍ତନ ଗୁରୁଙ୍କୁ ହତ୍ୟା, ବାପ ପୁଅ ସମେତ ୩ ଅଟକ

ଦେବଗଡ଼,୨।୮(ଡି.ଏନ୍‌.ଏ.): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ବୁଢାପାଳ ଫାଣ୍ଡି ଅନ୍ତର୍ଗତ ଠିଆନାଳ ଗ୍ରାମରେ ଏକ ଅବୈଧ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଛି। ସୋମବାର ରାତିରେ ଠିଆନାଳ କେନ୍ଦୁପତ୍ର ଫଡ଼ି ଘର ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସାଇଣ୍ଟିଫିକ୍‌ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ଉକ୍ତ ଗ୍ରାମର ଅପିନ୍ଦ୍ର ବାଘ ବୋଲି ଜଣା ପଡ଼ିଥିବା ବେଳେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତମାନେ ହେଲେ ଛେଣ୍ଡିପଦା ଥାନା ଅନ୍ତର୍ଗତ କେରଜାଙ୍ଗ ଗ୍ରାମର ଲଳିତ ପ୍ରଧାନ, ତାଙ୍କ ପୁଅ ନାଳୁ ପ୍ରଧାନ ଓ ସମ୍ପର୍କୀୟ ଲୁଲୁ ପ୍ରଧାନ । ପ୍ରାଥମିକ ତଦନ୍ତରୁ ମୃତକ ଅପିନ୍ଦ୍ର ଉକ୍ତ ଅଞ୍ଚଳରେ ସଂକୀର୍ତ୍ତନ ଗୁରୁ ଭାବେ ବେଶ୍‌ ଜଣାଶୁଣା। ଲଳିତଙ୍କ ସ୍ତ୍ରୀଙ୍କ ସହ ଅପିନ୍ଦ୍ରଙ୍କ ଅବୈଧ ପ୍ରେମ ସମ୍ପର୍କ ରହିଥିବା ଏବଂ ପ୍ରାୟ ତିନି ମାସ ପୂର୍ବେ ଲଳିତଙ୍କ ସ୍ତ୍ରୀ ଘର ଛାଡି ଅପିନ୍ଦ୍ରଙ୍କ ସହ ରହୁଥିଲେ। କିଛି ଦିନ ପରେ ସେ ଘରକୁ ଫେରିଆସିଥିଲେ । ପୁଣି ଗତ କିଛିଦିନ ପୂର୍ବେ ଘର ଛାଡି ଚାଲି ଯାଇଥିବାରୁ ଅପିନ୍ଦ୍ର ଏଭଳି କରିଥିବା ସନ୍ଦେହ କରି ଅଭିଯୁକ୍ତମାନେ ଅପିନ୍ଦ୍ରଙ୍କୁ କଥାଥବାର୍ତ୍ତା ଆଳରେ କେନ୍ଦୁପତ୍ର ଫଡି ନିକଟକୁ ଡକାଇ ହତ୍ୟା କରିଥିବା କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share