ନାହିଁ ନାହିଁରେ ଚାଲିଛି ସଂସ୍କୃତ ଶିକ୍ଷା

କୋଦଳା,୮ା୯(ଅମିତ କୁମାର ପଟ୍ଟନାୟକ ): ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ୫-ଟି ରୁପାନ୍ତରଣ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପିଲାଙ୍କୁ ସଂସ୍କୃତ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ଆଗ୍ରହ ନ ଥିବା ଭଳି ମନେ ହେଉଛି। ସଂସ୍କୃତ ଶିକ୍ଷା ପାଇଁ ଅନୁଦାନ ଅଭାବ ସହ ଅଣଦେଖା ଯୋଗୁ ଛାତ୍ରୀଛାତ୍ର ଏହି ଶିକ୍ଷାରୁ ନିବୃତ ହେଉଛନ୍ତି। ବେଗୁନିଆପଡା ବ୍ଲକରେ ଏପରି ଦେଖିବାକୁ ମିଳିଛି ।
ବ୍ଲକରେ ସଂସ୍କୃତ ଶିକ୍ଷା ପାଇଁ ମେଦିନୀପୁର, ତାଳସର ଏବଂ ଖଣ୍ଡିଆନଈରେ ବିଦ୍ୟପୀଠ ରହିଛି । ଭିତ୍ତିଭୂମି ଅଭାବ ସାଙ୍ଗକୁ ଶିକ୍ଷକ ଅଭାବ ଯୋଗୁ ଗତ କିଛିବର୍ଷ ହେଲା ଖଣ୍ଡିଆନଈ ସଂସ୍କୃତ ବିଦ୍ୟାପୀଠରେ ତାଲା ଝୁଲୁଥିବା ବେଳେ ବିପର୍ଯ୍ୟସ୍ଥ ଅବସ୍ଥାରେ ରହିଛି ମେଦିନୀପୁର ଏବଂ ତାଳସର ସଂସ୍କୃତ ବିଦ୍ୟାଳୟ। ୧୯୭୧ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ ନିଜ ସମ୍ପର୍କୀୟ ଘରକୁ ମେଦିନୀପୁର ବୁଲିବାକୁ ଆସିଥିବା ବେଳେ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ବିଶ୍ୱନାଥ ସଂସ୍କୃତ ବିଦ୍ୟାପୀଠ ସ୍ଥାପିତ ହୋଇଥିଲା। ସେବେଠାରୁ ଗ୍ରାମ କୋଠଘରେ ଚାଲିଥିଲା ଏହି ବିଦ୍ୟାଳୟ। ପରେ ମେଦିନୀପୁର ପ୍ରାଥମିକ ବିଦ୍ୟାଳୟରେ କିଛି ବର୍ଷ ଚାଲିବା ପରେ ସରପଞ୍ଚଙ୍କ ସହଯୋଗ କ୍ରମେ ଏକ ସ୍ଥାୟୀ ଘର ନିର୍ମାଣ ହୋଇଛି। ବର୍ତ୍ତମାନ ବିଦ୍ୟାଳୟରେ ଷଷ୍ଠ ଏବଂ ସପ୍ତମର ୩୨ଜଣ ଛାତ୍ରୀଛାତ୍ର ପଢୁଥିବା ବେଳେ କୌଣସି ଖେଳ ପଡିଆ, ଶୌଚାଳୟ କିମ୍ବା ରୋଷେଇ ଘର ଏବଂ ପିଇବା ପାଣିର ବ୍ୟବସ୍ଥା ମଧ୍ୟ ନାହିଁ। ଚିକିଟି ବ୍ଲକର ଖଜୁରିଆର ସଂସ୍କୃତ ଶିକ୍ଷକ ନୃସିଂହ ନାଥ ପାଢ଼ୀ ଦୀର୍ଘ ୩୨ବର୍ଷ ଡେପୁଟେଶନରେ ଦାୟିତ୍ୱ ସମ୍ଭାଳି ଗତ ଜୁନରେ ସେ ଅବସର ନେଇଛନ୍ତି। ୨୦୧୭ରୁ ପାତ୍ରପୁର ବ୍ଲକର ସମାସିଂ ସଂସ୍କୃତ ବିଦ୍ୟାପୀଠରୁ ଡେପୁଟେଶନରେ ଆସିଥିବା ଶ୍ୟାମସୁନ୍ଦର ସାହୁ ଏକା ଏହି ଦାୟିତ୍ୱରେ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ପଇସା ଆସ ିନ ଥିବାରୁ ଡ୍ରେସ ପାଇନାହାନ୍ତି ଛାତ୍ରୀଛାତ୍ର। ଏକ ପରିତ୍ୟକ୍ତ ଘରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁୂତ ହେଉଥିବା ବେଳେ ପିଇବା ପାଣି ପାଇଁ ବାହାରୁ ନଳକୂଅ ଉପରେ ନିର୍ଭର କରୁଛନ୍ତି। ଏହା ସଂସ୍କୃତ ବିଦ୍ୟପୀଠ ହୋଇଥିବା ବେଳେ କେବଳ ଜଣେ ମାତ୍ର କଳା ବିଭାଗର ଶିକ୍ଷକ ଅଛନ୍ତି। ସେହିପରି ତାଳସର ସଂସ୍କୃତ ବିଦ୍ୟାପୀଠ ହାଇସ୍କୁଲର ଏକ ପୁରୁଣା ଘରେ ଚାଲିଛି। ଏଠି ନବମ ଏବଂ ଦଶମର ୨୩ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ୨ଜଣ କଳା ବିଭାଗର ଶିକ୍ଷକ ଥିବା ବେଳେ କେହି ସଂସ୍କୃତ ଶିକ୍ଷକ ନାହାନ୍ତି। ଏଠିବି ବିଦ୍ୟପୀଠର ନିଜସ୍ବଗୃହ ନଥିବା ବେଳେ ଅନ୍ୟ କୌଣସି ସୁବିଧା ନାହିଁ। ଏହିପରି ଶିକ୍ଷକ ଅଭାବ ସାଙ୍ଗକୁ ଏବଂ ଭିତ୍ତିଭୂମି ଅଭାବ ଯୋଗୁ ଖଣ୍ଡିଆନଈ ସଂସ୍କୃତ ବିଦ୍ୟାପୀଠରେ କିଛିବର୍ଷ ହେଲା କୌଣସି ଛାତ୍ରୀଛାତ୍ର ନାମ ଲେଖାଇ ନଥିବାରୁ ବିଦ୍ୟାଳୟରେ ବର୍ତ୍ତମାନ ତାଲା ପଡିଛି। ବିଦ୍ୟାଳୟର କାଗଜପତ୍ର ଦାୟିତ୍ୱ ମେଦିନୀପୁର ବିଦ୍ୟାପୀଠ ଶିକ୍ଷକଙ୍କ ଅଧୀନରେ ରହିଛି। ଏଣୁ ତୁରନ୍ତ ରାଜ୍ୟସରକାର ଏବଂ ଜିଲା ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ବିଦ୍ୟାଳୟ ଅଭିଭାବକ ମହଲରେ ଦାବି ହେଉଛି। ସୂଚନା ଅନୁସାରେ, ଗଞ୍ଜାମ ଜିଲାରେ ୨୮ଟି ସଂସ୍କୃତ ବିଦ୍ୟାପୀଠ ଥିବା ବେଳେ ୮୪ଜଣ ଶିକ୍ଷକ ଥିଲେ। ବର୍ତ୍ତମାନ ୧୬ଟି ବିଦ୍ୟାପୀଠ ବନ୍ଦ ହୋଇ ଆଉ ୧୨ଟି ବିଦ୍ୟାପୀଠରେ ୧୫ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri