ପଟ୍ଟାମୁଣ୍ଡାଇରେ ବନ୍ଦ ହୋଇଯିବ ସଂସ୍କୃତ ବିଦ୍ୟାଳୟ

କେନ୍ଦ୍ରାପଡ଼ା, ୫ା୧ (ଜଗନ୍ନାଥ ଧଳ):ମଣିଷ ଏକ ସାମାଜିକ ପ୍ରାଣୀ ଭାବେ ଜନ୍ମଗ୍ରହଣ କରି ସାମାଜିକତା ହାସଲ କରେ। ଭାରତୀୟ ଦୃଷ୍ଟିକୋଣରୁ ସଂସ୍କୃତରୁ ସଂସ୍କୃତି ଆଉ ସଂସ୍କୃତିରୁ ହେଉଛି ସଂସ୍କାରର ସୃଷ୍ଟି। ଯାହା ପରିଶୋଧନ ପ୍ରକ୍ରିୟା ବା ରୀତିନୀତି ପ୍ରଦର୍ଶନ କରେ। ଆମ ଦେଶରେ ମୁନି ଋଷି ଓ ପଣ୍ଡିତମାନେ ସଂସ୍କୃତ ଭାଷାକୁ ପ୍ରାଧାନ୍ୟ ଦେଇ ସମସ୍ତ ପୂଜା, ଯଜ୍ଞ ଆଦିରେ ସଂସ୍କାର ପ୍ରଚଳନ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ରାଧାରମଣ ମଠର ମହନ୍ତ ବ୍ୟବସାୟ ଆଳରେ ସଂସ୍କୃତ ବିଦ୍ୟାଳୟଟି ବନ୍ଦ କରିଥିବାବେଳେ ମହାବିଦ୍ୟାଳୟଟି ଏକ ଭଡ଼ାଘରେ ଚାଲୁଛି। ସଂସ୍କୃତ ଶିକ୍ଷାର ଅଧିକ ପ୍ରଚାର କରିବା ଲାଗି ସରକାରୀ ସ୍ତରରେ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ ପୁରୀ ଗୋବର୍ଦ୍ଧନ ପୀଠ ସନ୍ଥ ସଂରକ୍ଷକ ତଥା ପଟ୍ଟାମୁଣ୍ଡାଇ ରାଧାରମଣ ମଠର ମହନ୍ତ ବଳିଷ୍ଠ ଅବଦାନ ପାଇଁ ବିଭିନ୍ନ ସଂସ୍ଥାରୁ ସମ୍ମାନ ପାଉଥିବା ବେଳେ ରାଧାରମଣ ମଠର ତତ୍ତ୍ୱାବଧାନରେ ଥିବା ସଂସ୍କୃତ ବିଦ୍ୟାଳୟକୁ ବିଲୁପ୍ତ କରି ସାରିଲେଣି।
ବୁଦ୍ଧିଜୀବୀ ପ୍ରଫୁଲ୍ଲ ଦାଶ, ଆଇନଜୀବୀ ପ୍ରମୋଦ ସାହୁ, ସାମାଜିକ କର୍ମୀ ଅମୂଲ୍ୟ ପରିଡା, କୃପାସିନ୍ଧୁ ନାୟକ, ପ୍ରତାପ ପାଢୀ, କ୍ଷୀରୋଦ ମଲ୍ଲିକ କହିଛନ୍ତି, ସଂସ୍କୃତ ଶିକ୍ଷା ଏବେ ସଙ୍କଟରେ ଥିବା ବେଳେ ବହୁବର୍ଷ ଧରି ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଦେଉଥିବା ରାଧାରମଣ ମଠର ତତ୍ତ୍ୱାବଧାନରେ ଥିବା ସଂସ୍କୃତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଇତିମଧ୍ୟରେ ବନ୍ଦ ହୋଇଯାଇଛି। ଯେଉଁ ସଂସ୍କୃତ କଲେଜ ତିଷ୍ଠି ରହିଛି ତାହା ଭିତ୍ତିଭୂମି ଅଭାବରୁ ଭଡ଼ାଘରେ ଚାଲୁଛି। ପୂର୍ବରୁ ଇଂରେଜ ଶାସନ ସମୟରେ ଆମ ଶାସ୍ତ୍ରକୁ ନଷ୍ଟଭ୍ରଷ୍ଟ କରିଦିଆଯାଇଥିଲା। ତେଣୁ ସେଥିରୁ ଆମେ ଦୂରେଇ ଯିବାକୁ ବାଧ୍ୟ ହୋଇଥିଲୁ। ସ୍ବାମୀ ଦୟାନନ୍ଦ ସରସ୍ବତୀଙ୍କ ନେତୃତ୍ୱରେ ଆମ ସର୍ବପୁରାତନ ସନାତନ ଧର୍ମଶାସ୍ତ୍ର ବେଦର ପୁନରୁଦ୍ଧାର ଓ ସଂସ୍କୃତ ଭାଷାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ହୋଇଥିଲା। ଏ ନେଇ ୧୯୨୬ରେ ତତ୍କାଳୀନ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ହୃଷୀକେଶ ଦାସ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ମଠ ତତ୍ତ୍ୱାବଧାନରେ ସଂସ୍କୃତ ପଠାଗାର ଖୋଲିଥିଲେ। ସମୟାନୁକ୍ରମେ ଏହା ସଂସ୍କୃତ ପାଠାଗାର, ବିଦ୍ୟାଳୟ ଓ ୧୯୮୯ରେ ମହାବିଦ୍ୟାଳୟ ହୋଇ ମଠ ଜାଗାରେ ଉଭା ହୋଇଥିଲା। ମାତ୍ର ୩ ବର୍ଷ ହେବ ମଠ ମହନ୍ତ ଏଠାରୁ ସଂସ୍କୃତ ବିଦ୍ୟାଳୟକୁ ଭାଙ୍ଗି ଦେବା ସହ ମହାବିଦ୍ୟାଳୟକୁ ଅନ୍ୟତ୍ର ନେଇଯିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଏବେ ରାଧାରମଣ ମଠର ଉକ୍ତ ଜାଗାକୁ ବ୍ୟବସାୟିକ ଆଳରେ ବଡ଼ ବଡ଼ ଘର ନିର୍ମାଣ ହେଉଥିବା ବେଳେ ଅନ୍ୟ ଘରଗୁଡ଼ିକରେ ଏକ ପବ୍ଲିକ ସ୍କୁଲ ଓ କେତେଗୋଟି ବ୍ୟବସାୟ ଅନୁଷ୍ଠାନକୁ ଭଡ଼ାସୂତ୍ରରେ ଦିଆଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶାରେ ସଂସ୍କୃତ ଶିକ୍ଷାକୁ ବ୍ୟାପକ କରିବା ଲାଗି ଇଂରେଜ ସମୟରୁ ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଜଗତ୍‌ସିଂହପୁର, ବାଲେଶ୍ୱର, ସମ୍ବଲପୁର ଜିଲାରେ ଶତାଧିକ ସଂସ୍କୃତ ଟୋଲ୍‌ ମୁଣ୍ଡ ଟେକିଥିଲା। ୧୯୪୭ ସୁଦ୍ଧା ରାଜ୍ୟରେ ପ୍ରାୟ ୭୦ଟି ସଂସ୍କୃତ ଟୋଲ୍‌ ରହିଥିବା ବେଳେ ୧୯୬୦ବେଳକୁ ୧୩୯ଟି, ୧୯୭୫ ବେଳକୁ ୧୬୬ ଏବଂ ୧୯୯୪ ସୁଦ୍ଧା ୧୯୨ଟି ଏବେ ପ୍ରାୟ ୨୦୦ ଭଳି ସଂସ୍କୃତ ଟୋଲ୍‌ ଓଡ଼ିଶାରେ ରହିଛି। ୧୯୯୪ରୁ ପୂର୍ଣ୍ଣ ଅନୁଦାନପ୍ରାପ୍ତ ସଂସ୍କୃତ ବିଦ୍ୟାଳୟକୁ ସରକାରୀକରଣ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ନିଷ୍ପତ୍ତି ନେଇଥିଲେ ମଧ୍ୟ ତାହା କେବଳ ଘୋଷଣାରେ ରହିଯାଇଛି। ଏହାପରେ ବାରମ୍ବାର ଚିଠି ଲେଖାଯିବା ସହ ବ୍ୟାପକ ଆଲୋଚନା ମଧ୍ୟ ହୋଇଛି। ପ୍ରସ୍ତାବ ବି ପଠାଯାଇଛି। ତଥାପି କୌଣସି ସୁଫଳ ମିଳିପାରିନାହିଁ। କେବଳ କାଗଜପତ୍ରରେ ରହିଯାଇଛି ସବୁ କିଛି। ୨୦୨୧ ଅଗଷ୍ଟ ୨୯ରେ ୮୦ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ପ୍ରତି ସଂସ୍କୃତ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରୟାସ କରିଥିଲେ। ଏଥିସହ ଭାରତର ଐତିହ୍ୟ ଏବଂ ଗୌରବମୟ ସଂସ୍କୃତିର ବିକାଶ କ୍ଷେତ୍ରରେ ମିଳିତ ଉଦ୍ୟମ କରାଯିବା ଆବଶ୍ୟକ ବୋଲି କହିଥିଲେ। ଏ ସମ୍ପର୍କରେ ବିଇଓ ହରିହର ଦଳାଇଙ୍କୁ ପଚାରିବାରେ ଏ ବିଷୟରେ ଆମ ପାଖରେ କୌଣସି ସୂଚନା ନାହିଁ। ଜିଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ ବୋଲି ସେ କହିଥିଲେ। ଏ ସଂକ୍ରାନ୍ତରେ ରାଧାରମଣ ମଠର ମହନ୍ତ ସ୍ବାମୀ ଅସୀମାନନ୍ଦ ଦାସଙ୍କୁ ପଚାରିବାରେ ସ୍କୁଲ ଚାଲିଥିବା ପର୍ଯ୍ୟନ୍ତ ସ୍କୁଲ ନାମରେ ରହିଥାନ୍ତା। ଯଦି ସ୍କୁଲ ଉଚ୍ଛେଦ ହେବ ତାହା ହେଲେ ଉକ୍ତ ସମ୍ପତ୍ତି ମଠର ହୋଇଯିବ ବୋଲି ପୁରୁଣା ଦଲିଲରେ ଉଲ୍ଲେଖ ରହିଛି। ମାତ୍ର ରାଧାରମଣ ସଂସ୍କୃତ ମହାବିଦ୍ୟାଳୟ ଚାଲିଥିବା ବେଳେ ଏଠାରୁ କାହିଁକି ହଟାଗଲା ବୋଲି ପଚାରିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦ ବର୍ଷ ପରେ ଏକାଠି ହେବେ ବାଲ ଠାକରେ-ଉଦ୍ଧବ ଠାକରେ, କହିଲେ ମହାରାଷ୍ଟ୍ରକୁ ନେଇ ଆମର ଚିନ୍ତାଧାରା ଗୋଟିଏ

ମୁମ୍ବାଇ,୨୪।୧୨: ବୃହନମୁମ୍ବାଇ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ଜୋରଦାର। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ସମର୍ଥନ ସଂଗ୍ରହ ପାଇଁ ଦାବି...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ପ୍ରିୟଙ୍କା ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ? ଚମକାଇବା ଭଳି ଉତ୍ତର ଦେଲେ ରବର୍ଟ ଭଦ୍ରା, ରାହୁଲଙ୍କୁ ଟାର୍ଗେଟ କରୁଛି ଭାଜପା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ଏମପି ଇମ୍ରାନ ମାସୁଦ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ରବର୍ଟ ଭଦ୍ରା ମଧ୍ୟ ତାଙ୍କ ବକ୍ତବ୍ୟକୁ ସମର୍ଥନ କରିଥିଲେ।...

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri