ଭୁବନେଶ୍ୱର,୨୩।୧୨ (ବ୍ୟୁରୋ): ପ୍ରଫେସର ଗୋପବନ୍ଧୁ ମିଶ୍ର କଥାକାର ମନୋଜ ଦାସଙ୍କ ଉପନ୍ୟାସ ‘ଅମୃତ ଫଳ’ର ସଂସ୍କୃତ ଅନୁବାଦ ‘ଅମୃତ ଫଳମ୍’ ପାଇଁ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେ ନୟାଗଡ଼ ଜିଲାର ବିରୁଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି। ଗୋପବନ୍ଧୁ ବର୍ତ୍ତମାନ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗରେ ପ୍ରଫେସର ଅଛନ୍ତି। ଏହା ପୂର୍ବରୁ ସେ ସୋମନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଥିଲେ। ତେବେ ଓଡ଼ିଆ ସମେତ ମୋଟ ୭ଟି ଭାଷାରେ ଅନୁବାଦ ପୁରସ୍କାର ଆଗାମୀ ଦିନରେ ଘୋଷଣା କରାଯିବ ବୋଲି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଉପଦେଷ୍ଟା ବିଜୟାନନ୍ଦ ସିଂହ ସୂଚନା ଦେଇଛନ୍ତି। ତ୍ସବ ୨୦୩