୩୫ ଲକ୍ଷ ଟଙ୍କା ବିନିମୟରେ ହେବ ସଂସ୍କୃତି ଭବନ

ଦାରିଙ୍ଗବାଡ଼ି,୩୦ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପଞ୍ଚାୟତ ପରିସର ମଧ୍ୟରେ ବୁଧବାର ପାରମ୍ପରିକ ଲୋକକଳା ଦିତୀୟ ବର୍ଷ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ମହେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ଜିଲା ଓ ସଂସ୍କୃତି ବିଭାଗ ଅଧିକାରୀ ଅକ୍ଷୟ କୁମାର ସେଠୀ ଯୋଗ ଦେଇ ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ସବୁବେଳେ ଏମିତି କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉଚିତ ବୋଲି କହିଥିଲେ। ଏଥିସହିତ ଅଧିକାରୀ ୩୫ ଲକ୍ଷ ଟଙ୍କା ବିନିମୟରେ ଏଠାରେ ସଂସ୍କୃତି ଭବନ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ପୂର୍ବତନ ବିଡିଓ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ଗଦାଧର ପାତ୍ର, ବଣିକ ସଂଘ ସଭାପତି ଲଡ଼ୁକିଶୋର ସାହୁ, ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଳିକ, ଲୋକକଳା ସଭାପତି ବିଜେନ୍ଦ୍ର ପ୍ରଧାନ, ଲୋକକଳା ମହାସଂଘର ସମ୍ପାଦକ କ୍ରିଷ୍ଣା ଦିଗାଲ, ବରିଷ୍ଠ ନାଗରିକ ନାରଙ୍ଗ ପ୍ରଧାନ, ହିମଗିରି କଲାପରିଷଦର ସମ୍ପାଦକ ପତିତପାବନ ରାଉତ, ଉପସଭାପତି ସାରଦା ବଳିୟାରସିଂ, ନାଟ୍ୟ ନିର୍ଦ୍ଦେଶକ ମଣ୍ଟୁ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ପାଣ୍ଡବ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଏହି ଅବସରରେ ଜନଜାତି ସମ୍ପ୍ରଦାୟର କଳାକାରମାନେ ପାରମ୍ପରିକ ବାଦ୍ୟଯନ୍ତ୍ର ଧରି ସଙ୍ଗୀତ, ନୃତ୍ୟ କରି ବଜାର ପରିକ୍ରମା କରିଥିଲେ। ବ୍ଲକ କାର୍ଯ୍ୟାଳୟରୁ ବିରାଟ ଶୋଭଯାତ୍ରାରେ ଅତିଥିମାନଙ୍କୁ ନେଇ ମଞ୍ଚ ନିକଟରେ ପହଞ୍ଚିଥିଲେ। ସାରଦା ବଳିୟାରସିଂ ବାର୍ଷିକ ବିବରଣୀ ପାଠ କରିଥିଲେ।

ଏହି ପରିପ୍ରେକ୍ଷୀରେ ପାରମ୍ପରିକ ଲୋକକଳା ସଂଗଠନ ପକ୍ଷରୁ ପୂର୍ବତନ ବିଡିଓଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ ଦାରିଙ୍ଗବାଡ଼ିରେ ଗତ ୩ ବର୍ଷ କାର୍ଯ୍ୟକାଳ ମଧ୍ୟରେ କଳା ସଂସ୍କୃତିକୁ ଆଗକୁ ନେଇଥିବାବେଳେ ଅନୁସୂଚିତ ଜନଜାତିଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେବା ସହ ଇକୋ ରିଟ୍ରିଟ୍‌ ହେଉ କି ଶୀତ ଉତ୍ସବ ସବୁଠି ସେ ଲୋକ କଳାକୁ ଗୁରୁତ୍ୱ ଦେଇ ଆସୁଥିବାରୁ ତାଙ୍କର ଅନ୍ୟତ୍ର ବଦଳି ହେବା ପରେ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସେହିପରି ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଭିନ୍ନ କଳା କ୍ଷେତ୍ରରେ ଯେଉଁମାନେ ଉତ୍ତମ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ପରେ ମଞ୍ଚରେ କଳାକାରମାନେ ପାରମ୍ପରିକ ବାଦ୍ୟ ସଙ୍ଗୀତ, ମହୁରୀ, ଢୋଲ, ଡେକା, ଚାଙ୍ଗୁ ବାଦ୍ୟରେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Pahalgam Terror Attack: ଭିଡିଓ ଜାରି କରି ଥରିଲେ ପହଲଗାମ ଆଟାକ୍‌ର ମାଷ୍ଟରମାଇଣ୍ଡ, ମୋଦିଙ୍କୁ କହିଦେଲେ…

ନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଅନେକ କଠୋର ପଦକ୍ଷେପ ନେଇଛି। ଏହାର ପ୍ରଭାବ ଏବେ ଦୃଶ୍ୟମାନ ହେବାରେ ଲାଗିଛି। ଜମ୍ମୁ-କଶ୍ମୀରର...

Jammu And Kashmir Encounter: ବଡ଼ ଆଟାକ୍‌ ପରେ ମୁହାଁମୁହିଁ ହୋଇଗଲେ ସେନା-ଆତଙ୍କବାଦୀ, ଗୁଳିରେ କମ୍ପିଲା…

ନୂଆଦିଲ୍ଲୀ,୨୪।୪: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ, ସେନା ଏବଂ ପୋଲିସ ଦ୍ୱାରା ନିରନ୍ତର ସର୍ଚ୍ଚ ଅପରେଶନ ଜାରି ରହିଛି। ସେନାର ଅନେକ...

ବିଦ୍ୟୁତ ସଂଯୋଗକୁ ନେଇ ଏଲ ଆଣ୍ଡ ଟି କମ୍ପାନୀକୁ ବିରୋଧ କଲେ ଗ୍ରାମବାସୀ

ପରଜଙ୍ଗ,୨୪।୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ତୋର ପଞ୍ଚାୟତ ଅନ୍ତର୍ଗତ ଚାନ୍ଦପୁର ଗାଁରେ ଉଠା ଜଳ ସେଚନ ପ୍ରକଳ୍ପ ନିର୍ମାଣ କରୁଥିବା ଏଲ ଆଣ୍ଡ ଟି...

ଆତଙ୍କବାଦୀଙ୍କ ନିସ୍ତାର ନାହିଁ; ସାମିଲ ଥିଲେ ୩ ପାକିସ୍ତାନୀ ଏବଂ ୨ କଶ୍ମୀରୀ

ପହଲଗାମ୍‌,୨୪।୪: ଜମ୍ମୁ କଶ୍ମୀର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ୫ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ତେବେ ଏହି ଆକ୍ରମଣରେ ୩ ଜଣ ପାକିସ୍ତାନୀ ନାଗରିକ ଏବଂ...

ଦାରିଙ୍ଗବାଡି ଆଇଆଇସିଙ୍କ ଡିଏସପି ପାହ୍ୟାକୁ ପଦନ୍ନୋତି , ଜିଲାରେ ୬ ଜଣ ଅଧିକାରୀଙ୍କ ପଦନ୍ନୋତି

ଦାରିଙ୍ଗବାଡି, ୨୪ ।୪ (ଅରୁଣ ସାହୁ): ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଇଆଇସିମାନଙ୍କୁ ଓପିଏସ ଗ୍ରୁପ-ଏ (ଜୁନିଅର ଶାଖା)ର ଗ୍ରେଡକୁ ପଦୋନ୍ନତି କରାଯାଇଛି। ଏହି...

କଶ୍ମୀର ଟୁର୍‌ ବାତିଲ କରୁଛନ୍ତି ୯୦% ପର୍ଯ୍ୟଟକ

ନୂଆଦିଲ୍ଲୀ, ୨୪।୪: ଜମ୍ମୁ-କଶ୍ମୀରର ପହଲ୍‌ଗାମ ଆତଙ୍କବାଦୀ ଆକ୍ରମଣର ପ୍ରଭାବ ପର୍ଯ୍ୟଟନ କ୍ଷେତ୍ର ଉପରେ ପଡ଼ିଛି। ଲୋକମାନେ ବଡ଼ସଂଖ୍ୟାରେ ଜମ୍ମୁ-କଶ୍ମୀର ଭ୍ରମଣ ପାଇଁ କରିଥିବା ଅଗ୍ରିମ ବୁକିଂକୁ...

ଜାତୀୟ ପଞ୍ଚାୟତିରାଜ ଦିବସ ଏବଂ ଓଡ଼ିଶା

ପଞ୍ଚାୟତ ବ୍ୟବସ୍ଥା ଆଜିର ନୁହେଁ, କେଉଁ ଆବହମାନ କାଳରୁ ଆମ ସମାଜରେ ଏହା ପ୍ରଚଳିତ ହୋଇଆସୁଛି। ସେଥିପାଇଁ ଆମ ଗଁା ଗହଳିରେ କଥା କଥାରେ କହନ୍ତି,...

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ: ‘ଆଇଏସଆଇଏସ କଶ୍ମୀର’ରୁ ଆସିଲା ଇମେଲ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ତଥା ପୂର୍ବତନ ଭାଜପା ଏମପି ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ମୃତ୍ୟୁ ଧମକ ମିଳିଛି। ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image