Categories: ଜାତୀୟ

ସନ୍ଥ ଜ୍ଞାନେଶ୍ୱର-ତୁକାରାମ ମହାରାଜ ପାଲକି ମାର୍ଗ ୪ ଲେନ ହେବ

ନୂଆଦିଲ୍ଲୀ,୮ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମହାରାଷ୍ଟ୍ରର ସନ୍ଥ ଜ୍ଞାନେଶ୍ୱର ପାଲକି ମାର୍ଗ(ଏନ୍‌ଏଚ୍‌-୯୬୫)ର ପଞ୍ଚମ ଖଣ୍ଡ ଓ ସନ୍ଥ ତୁକାରାମ ମହାରାଜ ପାଲକି ମାର୍ଗ(ଏନ୍‌ଏଚ୍‌-୯୬୫ଜି)ର ତୃତୀୟ ଖଣ୍ଡକୁ ୪ ଲେନ କରିବାର ଯୋଜନାର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି ଆଜି ପଣ୍ଡରପୁରକୁ ଯୋଡୁଥିବା ପାଖାପାଖି ୨ଶହ କିଲୋମିଟର ଲମ୍ବା ଜାତୀୟ ରାଜପଥର ବି ଶିଳାନ୍ୟାସ କରିଛନ୍ତି । ଏହାର ନିର୍ମାଣରେ ପାଖାପାଖି ୧,୨୦୦କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ମହାମାର୍ଗ ବିଠ୍‌ଠଲଙ୍କ ଭକ୍ତଙ୍କ ସେବା ସହ ଏହି ପୂର୍ଣ୍ଣ୍ୟ କ୍ଷେତ୍ରର ବିକାଶର ମାର୍ଗ ହେବ । ମୋଦି ତାଙ୍କ ଭାଷଣରେ ସନ୍ଥଙ୍କ ଇତିହାସ କଥା ମଧ୍ୟ ଉଠାଇଥିଲେ ।

Share