ଖ୍ରୀଷ୍ଟ ମାସ ପୂର୍ବରୁ ସାଣ୍ଟା କ୍ଲଜ୍‌ ବେଶରେ ପୋଲିସ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପେରୁର ଦୁଇ ପୋଲିସ ଅଫିସର ଖ୍ରୀଷ୍ଟ ମାସ ପୂର୍ବରୁ ସାଣ୍ଟା କ୍ଲଜ୍‌ ପୋଷାକରେ ନଜର ଆସିଛନ୍ତି। ଜଣେ ଡ୍ରଗ୍ସ ଡିଲରଙ୍କୁ ଧରିବା ପାଇଁ ଦୁଇ ଅଧିକାରୀ ଏଭଳି ପୋଷାକରେ ତାଙ୍କ ଘରେ ପହଞ୍ଚି ଥିଲେ। ପରେ ତାଙ୍କୁ ଗିରଫ କରିଥିଲେ। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଉଭୟ ଅଧିକାରୀ ପେରୁ ପୋଲିସର ଆଣ୍ଟି ଡ୍ରଗ୍ସ ସ୍କ୍ବାଡ୍‌ର ଅଂଶ। ଏହି ଅପରେଶନ ହେତୁ ସେମାନଙ୍କ ଜଣେ ସାଣ୍ଟା କ୍ଲଜ ହୋଇଥିବାବେଳେ ଅନ୍ୟ ଅଧିକାରୀ ଜଣେ ଏଲ୍‌ଏଫ ହୋଇଥିଲେ। ଆମେରିକୀୟ, ଇଂରେଜ ଏବଂ ବ୍ରିଟିଶ ସଂସ୍କୃତିରେ ଖ୍ରୀଷ୍ଟମାସ ଏଲ୍‌ଏଫ ହେଉଛି ଏକ ଜୀବ। ଯିଏ ସାଣ୍ଟା କ୍ଲଜ ସହିତ ଉତ୍ତର ପୋଲରେ ବାସ କରେ ଏବଂ ସାଣ୍ଟାଙ୍କୁ ସାହାଯ୍ୟ କରେ। ଗିରଫ ହୋଇଥିବା ବ୍ୟକ୍ତି ଜଣକ ସ୍କୁଲ ବାହାରେ ଡ୍ରଗ୍ସ ବିକ୍ରି କରୁଥିବା ଜଣାପଡ଼ଛି।

Share