ସାନିଟାଇଜର ବାଣ୍ଟିଲେ ସାଣ୍ଟା

ମୁମ୍ବାଇ,୧୯ା୧୨: ମୁମ୍ବାଇରେ ସାଣ୍ଟା ସାନିଟାଇଜର ବାଣ୍ଟୁଛନ୍ତି। ସାଣ୍ଟା କ୍ଲଜ୍‌ ପୋଷାକଧାରୀ ଜଣେ ବ୍ୟକ୍ତି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଲକ୍ଷ୍ମୀ ଚୌକ୍‌ ଏରିଆରେ ଲୋକଙ୍କୁ ସାନିଟାଇଜର ଓ ମାସ୍କ ବାଣ୍ଟୁଥିବା ଦେଖିବାକୁ ମିଳିଛି। ପ୍ରତିବର୍ଷ ପିଲାମାନଙ୍କୁ ମୁଁ ଚକୋଲେଟ, ଖେଳଣା ଓ ଉପହାର ବାଣ୍ଟିଥାଏ। କିନ୍ତୁ ଏଥର ଖ୍ରୀଷ୍ଟମାସ୍‌ରେ କୋଭିଡ୍‌-୧୯ ବିରୋଧରେ ଲଢ଼େଇ ଅଭିଯାନ ଚଳାଇବାକୁ ନିଷ୍ପତ୍ତି ନେଇଛି। ଭୂତାଣୁ ସମ୍ପର୍କରେ ସଚେତନତା ସୃଷ୍ଟି କରୁଛି ବୋଲି କହିଛନ୍ତି ସାଣ୍ଟା ବେଶଧାରୀ ସିଓନ୍‌ ଫ୍ରେଣ୍ଡ ସର୍କଲ ଫାଉଣ୍ଡେଶନ ଅଧ୍ୟକ୍ଷ ଅଶୋକ କୁର୍ମୀ। କେବଳ ସେତିକି ନୁହେଁ, ଅଶୋକ ବସ୍‌ଷ୍ଟାଣ୍ଡ, ଅଟୋ ଓ ଅନ୍ୟ କେତେକ ସ୍ଥାନ ବୁଲି ବୁଲି ସାନିଟାଇଜ୍‌ କରୁଛନ୍ତି। ଅଭାବୀ ପିଲାଙ୍କୁ ମାସ୍କ ଓ ସାନିଟାଇଜର ଦେଇ ଖୁସି ଅନୁଭବ କରୁଛନ୍ତି। ଏହାଦ୍ୱାରା ପିଲାମାନେ କରୋନା ଭୂତାଣୁରୁ ନିଜକୁ ରକ୍ଷା କରିପାରିବେ ବୋଲି ଅଶୋକ ଆଶାବାଦୀ।

Share