ପଦ୍ମଶ୍ରୀ ପାଇବେ ରାୟଗଡ଼ାର ଶାନ୍ତି ଦେବୀ

ରାୟଗଡ଼ା ଅଫିସ/ଗୁଣପୁର୨୫ା୧: ଅବିଭକ୍ତ କୋରାପୁଟ ଜିଲାର ପରିଚିତ ନାମ ଶାନ୍ତି ଦେବୀ। ଦୀର୍ଘ ୭ ଦଶନ୍ଧି ଧରି ସେ ନିଜକୁ ସମାଜସେବା କ୍ଷେତ୍ରରେ ସମର୍ପଣ କରିଛନ୍ତି। ସେ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ୮୭ ବର୍ଷୀୟା ଶାନ୍ତି ଦେବୀଙ୍କୁ ଏ ନେଇ ଗୃହ ବିଭାଗ ପକ୍ଷରୁ ଫୋନ୍‌ କଲ୍‌ ମାଧ୍ୟମରେ ସୂଚନା ଦିଆଯାଇଛି। ୧୯୩୪ ଏପ୍ରିଲ ୧୮ରେ ଜନ୍ମ ଗ୍ରହଣ କରିଥିବା ଶାନ୍ତି ଦେବୀ ବିନୋବା ଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୭ ବର୍ଷ ବୟସରେ ଭୂଦାନ ଆନ୍ଦୋଳନରେ ସାମିଲ ହେବା ପାଇଁ ସ୍ବାମୀ ସାମାଜିକ କର୍ମୀ ରତନ ଦାଶଙ୍କ ସହ କୋରାପୁଟ ଜିଲାକୁ ଆସିଥିଲେ। ଏବେ ସେ ଗୁଣପୁର ସହରରେ ରହୁଛନ୍ତି। ଆଦିବାସୀ ପିଲାଙ୍କ ଲାଳନ ପାଳନ, ଶିକ୍ଷା ଏବଂ କୁଷ୍ଠରୋଗୀଙ୍କ ସେବାରେ ସେ ନିଜକୁ ଉତ୍ସର୍ଗ କରିଛନ୍ତି। ୧୯୫୫ରେ ବିନୋବା ଭାବେଙ୍କ ସହ ଭୂଦାନ ଆନ୍ଦୋଳନରେ ସାମିଲ ହୋଇଥିଲେ। ସେ କୋରାପୁଟିଆ ଗାନ୍ଧୀ ଭାବେ ମଧ୍ୟ ପରିଚିତ। ସେବା ସମାଜ ନାମରେ ସେ ଅନାଥାଶ୍ରମ କରି ଅନେକ ଆଦିବାସୀ ଝିଅଙ୍କୁ ଆଣି ଶିକ୍ଷା ଦେଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରିଛନ୍ତି। ରାୟଗଡ଼ା ଜିଲାର ଲିମାପଡ଼ା, ଜଭରଗୁଡ଼ା, ଗୁଣପୁର ଓ ରାୟଗଡ଼ା ସହରରେ ୪ ବାଳିକା ଆଶ୍ରମ କରିଛନ୍ତି। ବିନୋବା ଭାବେଙ୍କ ଜୀବନକୁ ନେଇ ‘ଅହିଂସାର ଅନ୍ବେଷଣ’ ନାମକ ପୁସ୍ତକ ମଧ୍ୟ ରଚନା କରି ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ୧୯୫୧ରେ ବିବାହ ପରେ ଦମ୍ପତି କୋରାପୁଟସ୍ଥିତ ଖମ୍ବେସୁ ଶଙ୍କଳପଦର ଆଦିବାସୀ ଗ୍ରାମରେ ଏକ ଆଶ୍ରମ ସ୍ଥାପନ କରିଥିଲେ। ଅନାଥ ଶିଶୁ କନ୍ୟା ଏବଂ ଅସହାୟ ମହିଳାଙ୍କ ଉନ୍ନତି ନିମନ୍ତେ ସେ କାର୍ଯ୍ୟ କରୁଥିଲେ। ପଦ୍ମଶ୍ରୀ ସମ୍ମାନ ନେଇ ଶାନ୍ତି ଦେବୀ ଖୁସି ବ୍ୟକ୍ତ କରିଛନ୍ତି। ତେବେ ଏହା ବହୁ ପୂର୍ବରୁ ହେବାର ଥିଲା ବୋଲି ସେବା ସମାଜର ସମ୍ପାଦିକା ରାଜେଶ୍ୱରୀ ଦଳେଇ କହିଛନ୍ତି। ଏହି ଖବର ଜଣାପଡ଼ିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶାନ୍ତି ଦେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ୪ର୍ଥ ଥର ପାଇଁ ହାରିଲା ଚେନ୍ନାଇ, ପ୍ରିୟାଂଶ ସାଜିଲେ ପଞ୍ଜାବ ବିଜୟର ହିରୋ

ମୁଲାନପୁର,୮ା୪: ପ୍ରିୟାଂଶ ଆର୍ଯ୍ୟଙ୍କ ଧୂଆଁଦାର ଶତକ ବଳରେ ମଙ୍ଗଳବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ୧୮ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ପରାସ୍ତ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ଜାଣନ୍ତୁ କିଛି ରୋଚକ କଥା

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ମୃତଦେହ ସହ ୧୦ ମିନିଟ ବିତାଇବାକୁ ୨୫ ହଜାର ଦରମା

ବେଜିଂ: ସୋସିଆଲ ମିଡିଆରେ ଏକ ନିଯୁକ୍ତି ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଚାଇନାର ଶାଣ୍ଡୋଙ୍ଗ ପ୍ରଦେଶ...

ଜାଣିଛନ୍ତି କି? ଘରେ କେଉଁଠି ରଖିବେ ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତି…

ବାସ୍ତୁଶାସ୍ତ୍ର ଅନୁସାରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ତାଙ୍କର ହସୁଥିବା ଭଙ୍ଗୀକୁ ଦେଖିଲେ ମନରେ ସକରାତ୍ମକ ଭାବନା ଜାଗ୍ରତ...

ଘରୁ ବାହାରିବା ବେଳେ ଏସବୁ ଦେଖିବା ଶୁଭ; ଯେଉଁ କାମରେ ଯାଉଥିବ ତାହା…

ଯେତେବେଳେ ଆମେ କୌଣସି କାମ ଅଥବା ଯାତ୍ରା ପାଇଁ ଘରୁ ବାହାରୁ ସେତେବେଳେ ଭଗବାନଙ୍କ ସାମ୍ନାରେ ହାତ ଯୋଡ଼ି ବାହାରିବାକୁ ଘରର ବୟୋଜ୍ୟେଷ୍ଠମାନେ କହିଥାନ୍ତି। କୁହାଯାଏ...

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା ମାଁ ଠାକୁରାଣୀଙ୍କ ଘଣ୍ଟଯାତ୍ର ସମ୍ପନ୍ନ, ଭକ୍ତଙ୍କ ପିଠିରେ ମାଁ ଆସ୍ଥାନକୁ ବିଜେ କଲେ

ଲାଞ୍ଜିଗଡ,୮/୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମାଁ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ମଙ୍ଗଳବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି I ଲାଞ୍ଜିଗଡ...

Swiggyରୁ ଅର୍ଡର କଲେ ମିଳିବ ୫୦୦ ଟଙ୍କା ରିହାତି! ଜାଣନ୍ତୁ କିଭଳି…

ନୂଆଦିଲ୍ଲୀ,୮।୪: Swiggy Instamart ରେ ଶପିଂ କରିବା ସମୟରେ ଆପଣ ୫୦୦ ଟଙ୍କାର ରିହାତି ପାଇପାରିବେ। ଶପିଂ କରିବା ସମୟରେ ଆପ୍‌ରେ Maxxsaver ବୈଶିଷ୍ଟ୍ୟ ସ୍ବୟଂଚାଳିତ...

ଗୋଟିଏ ଡାଲାରେ ଆଳୁ-ପିଆଜକୁ ଏକାଠି ରଖୁଛନ୍ତି କି? ହୋଇପାରେ ଅଶୁଭ!

ଆପଣ ନିଜ ରୋଷେଇ ଘରେ ଆଳୁ ଓ ପିଆଜକୁ ଏକାଠି ଗୋଟିଏ ଝୁଡ଼ିରେ ରଖୁଛନ୍ତି କି? ଯଦି ହଁ, ତେବେ ଏହା ଏକ ବଡ଼ ଭୁଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image