ଶାହରୁଖଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ‘ଦଙ୍ଗଲ’ ଫେମ୍‌ ସାନିଆ

ମୁମ୍ବାଇ: ଆମୀର ଖାନଙ୍କ ଅଭିନୀତ ‘ଦଙ୍ଗଲ’ରେ ବବିତା କୁମାରୀର ଭୂମିକାରେ ଅଭିନୟ କରିଥିବା ସାନିଆ ମାଲହୋତ୍ରା ଆଜି କୌଣସି ପରିଚୟ ଉପରେ ନିର୍ଭରଶୀଳ ନୁହଁନ୍ତି। ଆଜିର ସମୟରେ ସାନିଆ ମାଲହୋତ୍ରାଙ୍କର ଏକ ଭିନ୍ନ କ୍ରେଜ ଦେଖାଯାଉଛି। ଏହି ସମୟରେ ସାନିଆ ମଲହୋତ୍ରା ନିଶ୍ଚିତ କରିଛନ୍ତି ଯେ ତାଙ୍କୁ ଖୁବ ଶୀଘ୍ର ତାଙ୍କ ଆଗାମୀ ଆକ୍ସନ ଚଳଚ୍ଚିତ୍ରରେ ଶାହରୁଖ ଖାନଙ୍କ ସହ କାମ କରୁଥିବା ଦେଖିବାକୁ ମିଳିବ। ଆସନ୍ତୁ ଜାଣିବା କେଉଁ ସିନେମାରେ ଅଭିନେତ୍ରୀ ଶାହାରୁଖଙ୍କ ସହ କାମ କରୁଥିବା ଦେଖିବାକୁ ମିଳିବ?
ସାନିଆ ମାଲହୋତ୍ରା ଆଜିକାଲି ତାଙ୍କ କମେଡି ଡ୍ରାମା ‘କଟହଲ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ପ୍ରମୋଶନ ସମୟରେ ଅଭିନେତ୍ରୀ ନିଶ୍ଚିତ କରିଛନ୍ତି ଯେ ସେ ଶାହରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଜଓ୍ବାନ’ରେ ନଜର ଆସିବେ। ସାନିଆ ମାଲହୋତ୍ରା ସବୁବେଳେ ଶାହାରୁଖ ଖାନଙ୍କର ଜଣେ ବଡ଼ ପ୍ରଶଂସକ। ବର୍ତ୍ତମାନ ସେ ତାଙ୍କ ସହ ‘ଜଓ୍ବାନ’ରେ ମଧ୍ୟ କାମ କରୁଛନ୍ତି। ଏହି ବିଷୟରେ ନିଜ ଖୁସି ବ୍ୟକ୍ତ କରି ସାନିଆ କହିଛନ୍ତି, ମୁଁ ବହୁତ ଉତ୍ସାହିତ ଅଛି। ସବୁବେଳେ ଶାହାରୁଖଙ୍କ ସହ କାମ କରିବାକୁ ଆଶା କରିଥିଲି। ବର୍ତ୍ତମାନ ସ୍ବପ୍ନ ସତ ହୋଇଛି।

Share