ପୁଣିଥରେ ରାଜକୁମାର ରାଓଙ୍କ ସହ ନଜର ଆସିବେ ସାନ୍ୟା

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ମୁଭି ଦଙ୍ଗଲ ମାଧ୍ୟମରେ ଫିଲ୍ମ ଦୁନିଆରେ ଡେବ୍ୟୁ କରିଥିବା ସାନ୍ୟା ମାଲହୋତ୍ରା ପୁଣିଥରେ ରାଜକୁମାର ରାଓଙ୍କ ସହ ବଡ ପରଦାରେ ନଜର ଆସିବେ । ଏହି ଖବର ଅବଶ୍ୟ ସାନ୍ୟାଙ୍କ ପାଇଁ ବଡ ଖୁସିର ଖବର ବୋଲି କୁହାଯାଉଛି । ଏଥର ସେ ରାଜକୁମାରଙ୍କ ନାୟିକା ସାଜିବେ । ଏହା ପୂର୍ବରୁ ସେ ଲୁଡୋରେ ରାଜକୁମାର୍‌ଙ୍କ ସହ କାମ କରି ସାରିଛନ୍ତି । ଶୁକ୍ରବାର ସାନ୍ୟା ନିଜେ ପ୍ରକାଶ କରିଛନ୍ତି ଯେ ଲୋକପ୍ରିୟ ତେଲଗୁ ଫିଲ୍ମ ‘ହିଟ’ର ହିନ୍ଦୀ ରିମେକରେ ସେ ରାଜକୁମାର ରାଓଙ୍କ ସହ କାମ କରିବାକୁ ଯାଉଛନ୍ତି । ୨୦୨୦ରେ ଆସିଥିବା ମୁଭି ‘ହିଟ’ ଏକ ପୋଲିସ କର୍ମୀଙ୍କ କାହାଣୀ ଉପର ଆଧାରିତ । ଯିଏ ଜଣେ ନିଖୋଜ ମହିଳାଙ୍କୁ ଖୋଜିବାକୁ ବାହାରିଛନ୍ତି । ସାନ୍ୟା କହିଛନ୍ତି ସେ ଏହାର ମୂଳ ତେଲଗୁ ଫିଲ୍ମ ଦେଖିଛନ୍ତି, ଯାହାର କାହାଣୀ ବହୁତ ଭଲ । ଏହାସହ ମୁଭିର କନସେପ୍ଟ ମୋତେ ବହୁତ ପସନ୍ଦ ଆସିଛି । ତେଣୁ ଅଫର ମିଳିବା ମାତ୍ରେ ମୁଁ ଏଥିରେ କାମ କରିବାକୁ ସାଙ୍ଗେ ସାଙ୍ଗେ ହଁ ଭରି ଦେଇଛି । ଏହାସହ ରାଜଙ୍କ ସହ କାମ କରିବାକୁ ନେଇ ସାନ୍ୟା ଖୁବ୍ ଏକ୍ସାଇଟେଡ ଥିବା କହିଛନ୍ତି । ଏହାର ମୂଳ ତେଲୁଗୁ ଫିଲ୍ମକୁ ଶୈଲେଶ କୋଲାନୁ ନିର୍ଦ୍ଦେଶନା ଦେଇଥିବା ବେଳେ ହିନ୍ଦୀ ରିମେକର ନିର୍ଦ୍ଦେଶନାର ଭାର ବି ସେ ନେଇଛନ୍ତି । ଖୁବ୍‌ଶୀଘ୍ର ଏହାର ଶୁଟିଂ ଆରମ୍ଭ କରାଯିବ ବୋଲି କୁହନ୍ତି ସାନ୍ୟା । ଏହାର ନିର୍ମାତା ରହିଛନ୍ତି ଭୁଷଣ କୁମାର, ଦିଲ ରାଜୁ, କୃଷ୍ଣ କୁମାର ।

Share