ସାନ୍ୟାଙ୍କ ଡିନର ପାର୍ଟି

‘ଦଙ୍ଗଲ’ ଫେମ୍‌ ସାନ୍ୟା ମାଲହୋତ୍ରା ଯାହା କହିଥିଲେ ତାହା ପୂରଣ କରିଛନ୍ତି। କଥା କ’ଣ କି ତାଙ୍କ ଅଭିନୀତ ଏକ ଅନଟାଇଟଲ୍‌ଡ ଫିଲ୍ମର ଶୁଟିଂ ପାଖାପାଖି ଦେଢ଼ବର୍ଷ ଧରି ଅଧାପନ୍ତରିଆ ହୋଇ ପଡିରହିଥିଲା। ନିକଟରେ ତାହାର ଶୁଟିଂ ସିନା ଶେଷ ହୋଇଗଲା, ହେଲେ ଟାଇଟଲ କ’ଣ ଦିଆଯିବ ତାହା ଫାଇନାଲ ହୋଇପାରୁନାହିଁ। କିନ୍ତୁ ସାନ୍ୟା ଯେତେବେଳେ ଏହି ଫିଲ୍ମଟି ସାଇନ୍‌ କରିଥିଲେ ସେତେବେଳେ ତାଙ୍କର କେତେଜଣ ଅନ୍ତରଙ୍ଗ ସାଙ୍ଗଙ୍କୁ ଏକ ଡିନର ପାର୍ଟି ଦେବେ ବୋଲି କହିଥିଲେ। ହେଲେ ସେତେବେଳେ ଶୁଟିଂରେ ତ ବ୍ୟସ୍ତ ରହିଲେ, ପୁଣି ପରବର୍ତ୍ତୀ ସମୟରେ ଫିଲ୍ମଟି ଅର୍ଦ୍ଧନିର୍ମିତ ହୋଇ ପଡିରହିଥିଲା। ଆଉ ଏବେ ସିନେମାଟି ଶେଷ ହେବା ପରେ ସେ ନିଜ କଥା ରଖିଛନ୍ତି। ଏ ନେଇ ସାନ୍ୟା କହନ୍ତି, ‘ଆପଣମାନେ ହୁଏତ ଗୋଟିଏ କଥାକୁ ମନେ ରଖିନାହାନ୍ତି। ପ୍ରାୟ ଦେଢ଼ବର୍ଷ ହେବ ମୁଁ ଏକ ଫିଲ୍ମ ସାଇନ୍‌ କରିବା ସମୟରେ ତୁମମାନଙ୍କୁ ଡିନର ପାର୍ଟି ଦେବି ବୋଲି କଥା ଦେଇଥିଲି। ଆଜି ବାସ୍‌ ସେହି କଥାକୁ ପୂରଣ କରୁଛି।’ ସେଦିନ ସାନ୍ୟାଙ୍କ ସାଙ୍ଗମାନେ ଏହି ଡିନର ପାର୍ଟିର ଭରପୂର ମଜା ଉଠାଇଥିଲେ।

Share