ମା’ ହେବା ପରେ ସପ୍‌ନାଙ୍କୁ ଏମିତି କମେଣ୍ଟ କଲେ ଲୋକେ: ଜବାବ୍‌ ଦେଲେ ସ୍ବାମୀ

ନିଜର ନୃତ୍ୟ ଏବଂ ଗୀତ ଦ୍ୱାରା ସମଗ୍ର ବିଶ୍ୱରେ ପରିଚିତ ସପ୍‌ନା ଚୌଧୁରୀ ମାତୃତ୍ୱ ଲାଭ କରିଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଙ୍କ ସ୍ବାମୀ ଭୀର ସାହୁ ଏହି ଖୁସି ଖବରକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସପନା ତାଙ୍କ ବିବାହ ଏବଂ ଗର୍ଭଧାରଣକୁ ଏପର୍ଯ୍ୟନ୍ତ ଲୁଚାଇ ରଖିଥିଲେ । ତେଣୁ ସେ ମା’ ହେବା ଖବର ଜଣାପଡ଼ିବା ପରେ ଅନେକଙ୍କ ମନରେ ପ୍ରଶ୍ନ ଉଠିଛି ଯେ, ସେ ବାହା ହେଲେ କେବ। ଯଦି ବାହା ହୋଇ ନାହାନ୍ତି ତେବେ ମା’ ହେଲେ କିପରି। ଏହିଭଳି ଲୋକମାନେ ସପ୍‌ନାଙ୍କ ବିଷୟରେ ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟ ଦେଉଛନ୍ତି। ଏହାର ଜବାବ୍‌ ମଧ୍ୟ ଦେଇଛନ୍ତି ସ୍ବାମୀ ଭୀର।
ଭୀରୁ ଫେସ୍‌ବୁକ୍‌ରେ ଲାଇଭ୍‌ ଆସି ବହୁତ ରାଗି ଯାଇଥିଲେ। ସେ କହିଛନ୍ତି, ମୁଁ ଏବେ ବାପା ହୋଇ ସାରିଛି। ହେଲେ ଦୁଖ ଲାଗୁଛି ଯେ, ଲୋକମାନେ ଏବେ ବି ଅଶ୍ଳୀଳ ଓ ଖରାପ କମେଣ୍ଟ କରୁଛନ୍ତି।

Share