ଲକ୍ଷ୍ନୌ ପହଞ୍ଚିଲେ ଡ୍ୟାନ୍ସିଂ କୁଇନ ସପନା ଚୌଧୁରୀ, କୋର୍ଟରେ କରିପାରନ୍ତି ସରେଣ୍ଡର

ଲକ୍ଷ୍ନୌ,୬ ।୯: ହରିୟାଣାର ଜଣାଶୁଣା ଡ୍ୟାନ୍ସର ତଥା ସିଙ୍ଗର ସପନା ଚୌଧୁରୀଙ୍କ ଅଡୁଆ ବେଳକୁ ବେଳ ବଢିବାରେ ଲାଗିଛି । ଏବେ କୁହାଯାଉଛି କି ସପନା ମଙ୍ଗଳବାର କୋର୍ଟରେ ସରେଣ୍ଡର କରିପାରନ୍ତି । ସେଥିପାଇଁ ସେ ମଙ୍ଗଳବାର ସକାଳୁ ଲକ୍ଷ୍ନୌ ପହଞ୍ଚି ଯାଇଛନ୍ତି । ଡ୍ୟାନ୍ସି କୁଇନଙ୍କ ବିରୋଧରେ ଗିରଫ ପାଇଁ କୋର୍ଟରେ ନନ ବେଳେବଲ ୱାରଣ୍ଟ ଜାରି କରାଯାଇଛି ।

କିଛିଦିନ ତଳେ ଲକ୍ଷ୍ନୌ କୋର୍ଟ ସପନାଙ୍କ ବିରୋଧରେ ନନ ବେଲେବଲ ୱାରଣ୍ଟ ଜାରି କରିଥିଲେ । ଏହାପରେ ତାଙ୍କ ଉପରେ ଗିରଫ ହେବାର ଖଣ୍ଡା ଝୁଲୁଛି । କୁହାଯାଉଛି କି ଲକ୍ଷ୍ନୌ ପୋଲିସ ସପନା ଚୌଧୁରୀଙ୍କୁ ଖୋଜୁଛି । ସପନା ଯଦି ନିଜେ କୋର୍ଟରେ ହାଜର ହେବେ ନାହିଁ ତେବେ ପୋଲିସ ତାଙ୍କୁ ଗିରଫ କରିନେବ ।
ସୂଚନାଯୋଗ୍ୟ, ଡ୍ୟାନ୍ସିଂ କୁଇନଙ୍କ ବିରୋଧରେ ଲକ୍ଷ୍ନୌ ସ୍ଥିତ ଆଶିୟାନା ଥାନାରେ ସପନା ଚୌଧୁରୀ ସମେତ ଅନ୍ୟ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତାଙ୍କ ଉପରେ ଠକେଇ ମାମଲାରେ ଏଫଆଇଆର ଦିଆଯାଇଛି । ଡ୍ୟାନ୍ସ ଶୋ’ ପାଇଁ ପଇସା ନେଇ ନ ପହଞ୍ଚିବା ଅଭିଯୋଗରେ ଏଫଆଇଆର ଦିଆଯାଇଛି । ଆଉ ଏହାପରେ ସେ କୋର୍ଟରେ ହାଜର ହୋଇନାହାନ୍ତି । ଏହି ମାମଲା ୨୦୧୮ ଅକ୍ଟୋବର ୧୩ର । ସେତେବେଳେ ଆଶିୟାନାର ଏକ ଘରୋଇ କ୍ଲବରେ ସପନା ଚୌଧୁରୀଙ୍କ ଶୋ’ର ଆୟୋଜନ କରାଯାଇଥିଲା ।

Share