ମା’ ହେଲେ ସପ୍‌ନା ଚୌଧୁରୀ

ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ବିଗ ବସ ୧୧ର ପ୍ରତିଯୋଗୀ ସପନା ଚୌଧୁରୀ ମାତୃତ୍ୱ ଲାଭ କରିଛନ୍ତି। ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ତାଙ୍କ ସ୍ବାମୀ ଭୀର ସାହୁ ଏହି ଖୁସି ଖବର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସପନା ତାଙ୍କ ବିବାହ ଏବଂ ଗର୍ଭଧାରଣକୁ ଏପର୍ଯ୍ୟନ୍ତ ଲୁଚାଇ ରଖିଥିଲେ। ସପନା ଭୀର ସାହୁଙ୍କ ସହ ସମ୍ପର୍କ ରଖି ବିବାହ କରିଥିବା ପୂର୍ବରୁ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏହା କେବେ ନିଶ୍ଚିତ ହୋଇ ନ ଥିଲା। ଆଉ ଏବେ ସପନା ଚୌଧୁରୀ ମା’ ହେବାର ଖବର ପ୍ରକାଶ ପାଇଛି। ତାଙ୍କ ପ୍ରଶଂସକମାନେ ସପ୍‌ନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହିସାର ବାସିନ୍ଦା ଭୀର ଜାନୁଆରୀରେ ସପ୍‌ନାଙ୍କୁ ବିବାହ କରିଥିଲେ। ତାଙ୍କ ପରିବାରରେ କେହି ଜଣେ ମୃତ୍ୟୁବରଣ କରିଥିବାରୁ ସେ ବିବାହ ଗୁପ୍ତ ରଖାଥିଲେ। ବର୍ତ୍ତମାନ ସମୟରେ ସପନା ଏବଂ ଭୀରଙ୍କ ପରିବାର ଶିଶୁ ପୁତ୍ର ଆଗମନରେ ଖୁସି ଅଛନ୍ତି।

Share