ପ୍ରଥମଥର ପାଇଁ ସ୍ବାମୀଙ୍କ ସହ ନଜର ଆସିଲେ ଏହି ଅଭିନେତ୍ରୀ

ପୂର୍ବତନ ବିଗ ବସ ପ୍ରତିଯୋଗୀ ତଥା ହରିୟାଣୀ ନୃତ୍ୟଶିଳ୍ପୀ ସପନା ଚୌଧୁରୀ ପ୍ରଥମଥର ପାଇଁ ସ୍ବାମୀଙ୍କ ସହ କରଓ୍ବାଚୌଥ ପାଳନ କରିଛନ୍ତି। ସପନା ଭୀର ସାହୁଙ୍କୁ ସହ ଗୁପ୍ତରେ ବିବାହ କରିଥିଲେ। ବିହାହ ପରେ ସପ୍‌ନା ନିକଟରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। କରଓ୍ବାଚୌଥ ଅବସରରେ ପ୍ରଥମ ଥର ପାଇଁ ସ୍ବାମୀ ବୀରଙ୍କ ସହ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ସପନା ନାଲି ରଙ୍ଗର ଶାଢି ପିନ୍ଧିଥିଲେ। ତାଙ୍କ ସ୍ବାମୀ ନାଲି କୁର୍ତ୍ତା ଏବଂ ଧଳା ପାଇଜାମା ପିନ୍ଧିଛନ୍ତି। ଗତ ଅକ୍ଟୋବରରେ ସପନା ତାଙ୍କର ପ୍ରଥମ ସନ୍ତାନ ଜନ୍ମ ଦେଇଥିଲେ। ମା ହେବା ସହିତ ପ୍ରଶଂସକମାନେ ସପନା ଏବଂ ଭୀର ସାହୁଙ୍କ ବିବାହ ବିଷୟରେ ମଧ୍ୟ ଜାଣିଥିଲେ। ଫେସବୁକ ଲାଇଭରେ ପିତା ହେବା ବିଷୟରେ ଭୀର ଜଣାଇଥିଲେ। ତାଙ୍କ ପ୍ରଶଂସକମାନେ ସପନାଙ୍କୁ ଜଣେ ମା ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସପନା ଚୌଧୁରୀ ଜଣେ ମହାନ ନୃତ୍ୟଶିଳ୍ପୀ। ଅନେକ ସମୟରେ ତାଙ୍କର ଭିଡିଓ ଭାଇରାଲ ହୁଏ। ସେହିପରି ତାଙ୍କ ସ୍ବାମୀ ଭୀର ଜଣେ ଗାୟକ ଏବଂ ଅଭିନେତା। ଉଭୟଙ୍କ ମଧ୍ୟରେ ଗତ ୪ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା।

Share