Categories: ଖେଳ

ଜାମିନରେ ମୁକୁଳି ପୃଥ୍ବୀ ଶ’ଙ୍କ ନାମରେ ମାମଲା ରୁଜୁ କଲେ ସପ୍‌ନା

ମୁମ୍ବାଇ,୨୧ା୨: ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ ଅଡୁଆ ବଢ଼ିଛି। ମଙ୍ଗଳବାର ମୁମ୍ବାଇର ଏକ ସେସନ୍ସ କୋର୍ଟରୁ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ସପ୍‌ନା ଗିଲଙ୍କୁ ଜାମିନ ମିଳିଥିଲା। ଏହା ପରେ ସେ ପୃଥ୍ବୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ପୃଥ୍ବୀ ଓ ଅନ୍ୟମାନେ ତାଙ୍କର ସମ୍ମାନ ହାନି କରିବା ସହିତ ଅସଦାଚରଣ କରିଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି। ପୃଥ୍ବୀ ମାରଣାସ୍ତ୍ର ସହିତ ତାଙ୍କୁ ଆକ୍ରମଣ କରିଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି। ସପ୍‌ନାଙ୍କ ଏଫ୍‌ଆଇଆର୍‌ ଆଧାରରେ ପୋଲିସ ଆଇପିସିର ଧାରା ୩୪, ୧୨୦ ଏ, ୧୪୪, ୧୪୬, ୧୪୮, ୧୪୯, ୩୨୩, ୩୨୪, ୩୫୧, ୩୫୪ ଓ ୫୦୯ରେ ମାମଲା ରୁଜୁ କରିଛି। ଏହାସହିତ ମୋଟର ଭେହିକିଲ ଆକ୍ଟ ୧୯୮୮ର ଧାରା ୧୮୪ ଅନୁଯାୟୀ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି।

Share