୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି ଉଲାକା ନିଜର ୫ବର୍ଷର ରିପୋର୍ଟ ସୂଚନା ଦେବା ସହ ଏହାର ଏକ କାର୍ଡ ଉନ୍ମୋଚନ କରିଥିଲେ ା ଏ ନେଇ ସେ କହିଛନ୍ତି, ଏହି ରିପୋର୍ଟ କାର୍ଡରେ ରହିଥିବା ତଥ୍ୟ ପ୍ରତି ଯଦି କାହାର କିଛି ସନ୍ଦେହ ଉପୁଜେ, ତେବେ ସାଧାରଣ ଜନତା ଲୋକ ସଭା ୱେବ୍‌ସାଇଟରେ ଉପଲବ୍ଧ ଥିବା ତଥ୍ୟ ଦେଖିପାରିବେ।
୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ଏକମାତ୍ର କଂଗ୍ରେସ ଏମ୍‌ପି ଭାବେ କୋରାପୁଟ ଲୋକ ସଭା ଆସନରୁ ନିର୍ବାଚିତ ହେବା ପରେ ଏହି ୫ବର୍ଷ ମଧ୍ୟରେ ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ବିକାଶ ପାଇଁ ଜନତାଙ୍କ ହିତ, ଶିକ୍ଷା, ଭିତ୍ତିଭୂମି ବିକାଶ, ରୋଜଗାର, ସ୍ବାସ୍ଥ୍ୟ, ନୀତି ହସ୍ତକ୍ଷେପ ଓ ରେଳ ଯୋଗାଯୋଗ ଆଦି କ୍ଷେତ୍ରରେ ସଂସଦରେ ଦାବି ଉପସ୍ଥାପନ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମଧ୍ୟ ବିଭିନ୍ନ ସମସ୍ୟା ବିଷୟରେ ଅବଗତକରି ବିକାଶ କରାଇଛନ୍ତି ା ଗ୍ରାମାଞ୍ଚଳରେ ମୋବାଇଲ ସୁବିଧା ପାଇଁ ୧୩୫୦ କୋଟି ଟଙ୍କା ବ୍ୟୟରେ ରାୟଗଡ଼ା ଓ କୋରାପୁଟ ଜିଲା ନିମନ୍ତେ ୧୪୮୨ଟି ମୋବାଇଲ ଟାୱାର ଅନୁମୋଦନ, ଜୟପୁର ବିମାନବନ୍ଦରରେ ନିୟମିତ ବିମାନ ଚଳାଚଳ, ଏମ୍‌ପି ଲାଡ୍‌ରୁ ୧୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ୨୦୦ରୁ ଊର୍ଦ୍ଧ୍ୱ ରାସ୍ତା, ୧୨ଟି ଶ୍ରେଣୀଗୃହ, ୧୦ରୁ ଅଧିକ ପାନୀୟଜଳ ପ୍ରକଳ୍ପ, ୬୮କମ୍ୟୁନିଟି ହଲ୍‌, ୩୦ରୁ ଅଧିକ କଲର୍ଭଟ ଏବଂ ଜମି କେନାଲ ସମେତ କୋଭିଡ୍‌ ସମୟରେ ୧.୫କୋଟି ଟଙ୍କା ବ୍ୟୟରେ କୋଭିଡ୍‌ ପରିଚାଳନା ଆଦି ସୁବିଧା କରିଛନ୍ତି ବୋଲି କହିଛନ୍ତି ସପ୍ତଗିରି ା ସେହିଭଳି ରାୟଗଡ଼ା ଓ କୋରାପୁଟଠାରେ ଏନ୍‌ଇଇଟି ପରୀକ୍ଷା କେନ୍ଦ୍ର, ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରାପ୍ତି, ରାୟଗଡ଼ା ଓ କୋରାପୁଟରେ ୧୯ଟି ଏକଲବ୍ୟ ଆବାସିକ ବିଦ୍ୟାଳୟ, ଗୁଣପୁରଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଭିତ୍ତିଭୂମିର ବିକାଶ, ପିଏମ୍‌ଜିଏସ୍‌ୱାଇ ଯୋଜନାରେ ୧୬୮ ରାସ୍ତା ଦାବି, ୯୦୦ କୋଟି ଟଙ୍କାରେ ଜୟପୁର, ରାୟଗଡ଼ା ଓ କୋରାପୁଟ ବାଇପାସ୍‌ ରାସ୍ତା ନିର୍ମାଣ, ୮ହଜାର କୋଟି ଟଙ୍କା ବ୍ୟୟରେ କଂସାରିଗୁଡ଼ାଠାରେ ବହୁ ପ୍ରତୀକ୍ଷିତ ଆଲୁମିନା ରିଫାଇନାରି ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ, କମ୍ପାନୀରେ ୪୫୦୦ ସିଧାସଳଖ ନିଯୁକ୍ତି ଓ ୨୦ହଜାର ଅତିରିକ୍ତ ନିଯୁକ୍ତ, କରୋନା ମୁକାବିଲା ପାଇଁ ୧କୋଟି ଟଙ୍କା ସହାୟତା ରାଶି ପ୍ରଦାନ, ଏମ୍‌ପି ଲାଡ୍‌ରୁ କୋରାପୁଟ ଓ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ୨ଟି ଆମ୍ବୁଲାନ୍ସ ପ୍ରଦାନ ଭଳି ବିକାଶ କରାଇବାରେ ସକ୍ଷମ ହୋଇଛନ୍ତି ା ସେହିଭଳି କୋଭିଡ୍‌ ପରଠାରୁ ବନ୍ଦ ରହିଥିବା ଟ୍ରେନ୍‌ ରହଣିକୁ ପୁନଃ କାର୍ଯ୍ୟକ୍ଷମ କରାଇଛନ୍ତି ା ତେବେ ଆଗାମୀ ନିର୍ବାଚନରେ ସେ ବିଜୟ ଲାଭ କରିବା ପରେ ଅଞ୍ଚଳର ଜଳ, ଜଙ୍ଗଲ ଓ ଜମିର ବିକାଶ ପାଇଁ ସବୁବେଳେ ସଂଘର୍ଷ ଜାରି ରହିବ ବୋଲି ଏମ୍‌ପି ସପ୍ତଗିରି କହିଛନ୍ତି ା ଅନ୍ୟପଟେ ବାହାରୁ କେତେଜଣ ନେତା ଆସି କଂଗ୍ରେସ ଏମ୍‌ପି ଇଟାଟିଏ ମଧ୍ୟ ପକାଇ ନ ଥିବା ଅଭିଯୋଗର ଉତ୍ତରରେ ସପ୍ତଗିରି କହିଛନ୍ତି, ସେ ଅଞ୍ଚଳର ବିକାଶ ପାଇଁ କ’ଣ ସବୁ କରିଛନ୍ତି ତାଙ୍କ ରିପୋର୍ଟ କାର୍ଡ ଦେଖିଲେ ଜାଣିପାରିବେ ା ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡ଼ା ବିଧାୟକ ପ୍ରାର୍ଥୀ ଆପଲସ୍ବାମୀ କାଡ୍ରାକା, ପିସିସି ସାଧାରଣ ସମ୍ପାଦକ ଦୁର୍ଗାପ୍ରସାଦ ପଣ୍ଡା, ଜିଲା ମିଡିଆ ସେଲ୍‌ ଅଧ୍ୟକ୍ଷ ଶଙ୍କର୍ଷଣ ମଙ୍ଗରାଜ, ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଓ ଅସଲାମ୍‌ ଖାନ୍‌ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri