ଓଡ଼ିଶାରୁ ପୁଣି ଏକମାତ୍ର ଭରସା ସପ୍ତଗିରି

ରାୟଗଡ଼ା,୬।୬(ଆଶିଷ ରଞ୍ଜନ ପଣ୍ଡା)ଓଡ଼ିଶାର ୨୧ ଲୋକ ସଭା ଆସନ ମଧ୍ୟରୁ ୨୦ ଆସନରେ ଭାଜପା ବିଜୟୀ ହୋଇଛି। ରାଜ୍ୟ ରାଜନୀତିରେ ବ୍ୟାପକ ପରିବର୍ତ୍ତନ ହୋଇଥିଲେ ମଧ୍ୟ କୋରାପୁଟ ଲୋକ ସଭା ଆସନକୁ ବଜାୟ ରଖି ଦ୍ୱିତୀୟ ଥର ଏମ୍‌ପି ହୋଇଛନ୍ତି କଂଗ୍ରେସର ସପ୍ତଗିରି ଉଲାକା। ଚଳିତ ନିର୍ବାଚନରେ ସେ ୪, ୭୧, ୩୯୩ ଖଣ୍ଡ ଭୋଟ ପାଇ ନିଜର ନିକଟତମ ପ୍ରତିଦ୍ବନ୍ଦ୍ୱୀ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ୧,୪୭, ୭୪୪ ଭୋଟରେ ପରାଜିତ କରିଛନ୍ତି। କୌଶଲ୍ୟା ୩,୨୩, ୬୪୯ ଖଣ୍ଡ ଭୋଟ ପାଇଛନ୍ତି । ସପ୍ତଗିରିଙ୍କ ରଣନୀତି ବିଜେଡିକୁ ଧରାଶାୟୀ କରି କୋରାପୁଟ ଲୋକ ସଭା ଆସନ ସହ ୬ଟି ବିଧାନସଭା ଆସନ ଅକ୍ତିଆର କରିବାରେ କାମ ଦେଇଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଭାଜପା କେବଳ କୋରାପୁଟ ବିଧାନସଭା ଆସନରେ ବିଜୟୀ ହୋଇଛି। ଉଲ୍ଲେଖଯୋଗ୍ୟ, ପଟାଙ୍ଗୀ, ଜୟପୁର, ଲକ୍ଷ୍ମୀପୁର, ରାୟଗଡ଼ା, ବିଷମକଟକ ଓ ଗୁଣପୁର ବିଧାନସଭା ଆସନରେ କଂଗ୍ରେସ ପୁଣି ନିଜ ଗଡ଼ ସୁଦୃଢ଼ କରିପାରିଛି ।
ବିଜେଡି ଏମ୍‌ପି ପ୍ରାର୍ଥୀ କୌଶଲ୍ୟାଙ୍କଠାରୁ ସପ୍ତଗିରି ରାୟଗଡ଼ା ଜିଲାର ରାୟଗଡା ଆସନରେ ସର୍ବାଧିକ ୩୭,୮୬୯, ଗୁଣପୁର ଆସନରେ ୩୬,୧୫୯ ଏବଂ ବିଷମକଟକ ଆସନରେ ୧୯,୮୧୪ ଖଣ୍ଡ ଭୋଟ ଅଧିକ ପାଇଛନ୍ତି। ସେହିଭଳି କୋରାପୁଟ ଜିଲାର ଲକ୍ଷ୍ମୀପୁର ଆସନରେ ସର୍ବାଧିକ ୨୬,୨୩୩, କୋରାପୁଟରେ ୮,୫୪୩ ଏବଂ ଜୟପୁରରେ ୫,୨୯୮ ଖଣ୍ଡ ଭୋଟ ପାଇଛନ୍ତି। ଏପରିକି ପୋଷ୍ଟାଲ ବାଲଟରେ ମଧ୍ୟ ୧,୨୪୬ ଭୋଟରେ ଆଗୁଆ ରହିଛନ୍ତି ।
ପ୍ରକାଶଥାଉ କି, ସପ୍ତଗିରିଙ୍କ ପିତା ତଥା ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲାକାଙ୍କ ମୃତ୍ୟୁ ପରେ ସେ ରାୟଗଡ଼ା ଜିଲାର ମଙ୍ଗ ଧରିଥିଲେ। ତତ୍କାଳୀନ ଜିଲା କଂଗ୍ରେସ ସଭାପତିଙ୍କ ସହ ଯୋଡ଼ିି ହୋଇ ସପ୍ତଗିରି ଦଳର ସଙ୍ଗଠନକୁ ମଜଭୁତ କରିଥିଲେ। ୨୦୧୯ରେ ପ୍ରଥମ ଥର ସିଧାସଳଖ ସାଧାରଣ ନିର୍ବାଚନରେ ମୈଦାନକୁ ଓହ୍ଲାଇ କୋରାପୁଟ ଲୋକ ସଭା ଆସନରୁ ଏମ୍‌ପି ପ୍ରାର୍ଥୀ ହୋଇଥିଲେ। ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ୩,୬୧୩ ଖଣ୍ଡ ଭୋଟରେ ପରାଜିତ କରି ଏକଦା କଂଗ୍ରେସ ହାତରୁ ଚାଲି ଯାଇଥିବା କୋରାପୁଟ ଲୋକ ସଭା ଆସନକୁ ସେ ଅକ୍ତିଆର କରିଥିଲେ। ସେତେବେଳେ ଓଡ଼ିଶାର ସମସ୍ତ ଲୋକ ସଭା ଆସନରେ କଂଗ୍ରେସ ଦଳର ପୁରୁଖା ରାଜନେତା ପରାଜିତ ହୋଇଥିବା ବେଳେ ସପ୍ତଗିରି ଏକମାତ୍ର କଂଗ୍ରେସ ଏମ୍‌ପି ଭାବେ ବିଜୟୀ ହୋଇଥିଲେ। ସଂସଦ ପ୍ରଶ୍ନକାଳରେ ସେ କୋରାପୁଟ ଓ ରାୟଗଡା ଜିଲାର ଅନେକ ପ୍ରସଙ୍ଗ ଉଠାଇ ବହୁ ବିକାଶମୂଳକ କାର୍ଯ୍ୟ କରିଥିବା ବିଷୟ ଏବେ ଆଲୋଚନା ହେଉଛି। ଦୁଇ ଜିଲ୍ଲାର ବିଭିନ୍ନ ଅପହଞ୍ଚ ଇଲାକାକୁ ଗମନାଗମନ, ସ୍ବାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ଆବାସ ଯୋଜନା ଆଦି ସୁବିଧା କରିବା ସହିତ ଅପହଞ୍ଚ ଇଲାକାରେ ମୋବାଇଲ ଟାୱାର ସ୍ଥାପନାରେ ମୁଖ୍ୟ ଭୂମିକା ଗ୍ରହଣ କରି ଟାୱାରମ୍ୟାନ ପାଲଟିଯାଇଥିଲେ ସପ୍ତଗିରି। ସପ୍ତଗିରି କହିଛନ୍ତି, ଲୋକଙ୍କ ସେବା କରିବା ଏବଂ ଦଳର ସମସ୍ତ ବରିଷ୍ଠ ନେତା ଓ କର୍ମୀଙ୍କ ସହଯୋଗ କାରଣରୁ ସେ ନିଜେ ବିଜୟୀ ହେବା ସହିତ କୋରାପୁଟ ଲୋକ ସଭା ଆସନର ୬ଟି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ସମ୍ଭବ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri