ଟ୍ରକ୍‌ ଉପରେ ପୋଜ୍‌ ଦେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: କହିଲେ ଏମିତି…

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ସବୁ ସମୟରେ ସେ ନିଜର ଫଟୋ ଏବଂ ଭିଡିଓ ଶେୟାର କରି ପ୍ରଶଂସକଙ୍କ ସହ ଜଡିତ ରହିଥାନ୍ତି। ନିକଟରେ ସାରା ଏକ ଫଟୋସୁଟ୍‌ କରିଥିଲେ। ଏହାର ଫଟୋ ସେ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏହି ଫଟୋରେ ସାରାଙ୍କୁ ଏକ ଟ୍ରକ୍‌ ଉପରେ ଛିଡାହୋଇ ପୋଜ୍‌ ଦେଉଥିବାର ଦେଖିବାକୁ ମିଳୁଛି। ଫଟୋରେ ତାଙ୍କୁ ଧଳା ରଙ୍ଗର ଟପ୍‌, ଡେନିମ୍‌ ଜିନ୍ସ ଏବଂ ବୁଟ୍‌ ପିନ୍ଧିଥିବାର ଦେଖିବାକୁ ମିଳୁଛି। ତାଙ୍କର ଏହି ପୋଷାକ ଏବଂ ଲୁକ୍‌କୁ ପ୍ରଶଂସକମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି।
ଏହି ଫଟୋକୁ ଶେୟାର କରି ସାରା କ୍ୟାପଶନରେ ଲେଖିଛନ୍ତି, ଦୟାକରି ହର୍ନ ବଜାନ୍ତୁ ନାହିଁ। ଏହି ଫଟୋକୁ ପ୍ରଶଂସକମାନେ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ ରଖୁଛନ୍ତି।

Share