ସୁଶାନ୍ତଙ୍କଠାରୁ କାର୍ତ୍ତିକଙ୍କ ପର୍ଯ୍ୟନ୍ତ ଏମିତି କେତେଜଣଙ୍କୁ ଡେଟ କରିଛନ୍ତି ସାରା

ମୁମ୍ବାଇ: ବଲିଉଡରେ ନିଜର ଅଭିନୟ ବଳରେ ଦର୍ଶକଙ୍କ ନିକଟତର ହୋଇଥିବା ସାରା ଅଲି ଖାଁ ୨୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ୧୯୯୫ରେ ସାରାଙ୍କ ଜନ୍ମ ପଟୌଦି ପରିବାରରେ ହୋଇଥିଲା । ଶୈଫ ଅଲି ଖାଁଙ୍କ ପ୍ରଥମ ପତ୍ନୀ ଅଭିନେତ୍ରୀ ଅମୃତା ସିଂଙ୍କ ପ୍ରଥମ ସନ୍ତାନ ହେଉଛନ୍ତି ସାରା । ଏବେ କରିନା କପୁର ହେଉଛନ୍ତି ସାରାଙ୍କର ସଉତୁଣୀ ମାଆ ।
ସାରାଙ୍କ ବଲିଉଡ ଏଣ୍ଟ୍ରି ବେଶୀ ସମୟର ହୋଇ ନଥିଲେ ବି ଅଭିନୟରେ ସେ ଖୁବଶୀଘ୍ର ଦର୍ଶକଙ୍କ ନିକଟରେ ପହଞ୍ଚି ଯାଇଛନ୍ତି । ସାରା ଅଲ୍ଲି ଖାଁ ୨୦୧୮ରେ ଫିଲ୍ମ ‘କେଦାରନାଥ‘ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ । ବକ୍ସ ଅଫିସରେ ଏହାକୁ ଫେଣ୍ଟା ଫେଣ୍ଟି ରେସପନ୍ସ ମିଳିଥିଲା । ଏଥିରେ ସେ ବଲିଉଡର ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଅପୋଜିଟରେ ନଜର ଆସିଥିଲେ । ଏହାପରେ ଅଭିନେତ୍ରୀ ରଣବୀର ସିଂଙ୍କ ସହ ଫିଲ୍ମ ସିମ୍ବାରେ ନଜର ଆସିଥିଲେ ଅଭିନେତ୍ରୀ । କୁହାଯାଏ ଅଭିନେତ୍ରୀ ସାରା ଅଲି ଖାଁ ସୁଶାନ୍ତ ସିଂ ରାଜପୁତଙ୍କୁ ଡେଟ କରିଛନ୍ତି । ତେବେ ଏତିକିରେ ନୁହେଁ ଏହାପରେ ସେ କାର୍ତ୍ତିକ ଆର୍ଯ୍ୟନଙ୍କୁ ବି ଡେଟ କରିଥିବା କୁହାଯାଏ । ଆଗାମୀ ଦିନରେ ସେ ଅଭିନେତା ଭିକ୍କି କୌଶଲଙ୍କ ସହ ନିଜ ଆସିବ ବୋଲି ଜଣାପଡିଛି ।

Share