‘ଭୋଗ’ର କଭର ପେଜରେ ବିନ୍ଦି-ଶାଢି ପିନ୍ଧି ନଜର ଆସିଲେ ସାରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାଁ ମୁଭି ‘କେଦାରନାଥ’ରେ ଡେବ୍ୟୁ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏହି ମୁଭିରେ ତାଙ୍କର ପରଫରମାନ୍ସ ଦର୍ଶକଙ୍କୁୁ ବେଶ ପସନ୍ଦ ଆସିଥିଲା। ଏହାପରେ ଆକ୍ଟ୍ରେସ ଆଚ୍ଛା ଖାସା ଫ୍ୟାନ ବନାଇ ପାରିଥିଲେ। ନିକଟରେ ସାରାଙ୍କୁ ‘ଭୋଗ’ର କଭର ପେଜରେ ଦେଖିବାକୁ ମିଳିଛି। ଏଥିରେ ସେ ଗ୍ରୀନ ଆଉଟଫିଟରେ ବିନ୍ଦି ଲଗାଇଥିବା ଦେଖାଯାଇଛି। ଅଧିକାଂଶ ସମୟରେ ନିଜର ଲୁକ୍ସକୁ ନେଇ ଚର୍ଚ୍ଚାରେ ରହୁଥିବା ଏହି ଅଭିନେତ୍ରୀଙ୍କ ଏହି ଲୁକକୁ ବି ଦର୍ଶକେ ଖୁବ ପସନ୍ଦ କରିଛନ୍ତି। ଆଉ କେତେଜଣ ସାରାଙ୍କ ଏହି ଲୁକକୁ ଦେଖି ତାଙ୍କୁ ଟ୍ରୋଲ ବି କରିଛନ୍ତି।

ସାରା ଅଲି ଖାଁ ନିକଟରେ ‘ଭୋଗ ଇଣ୍ଡିଆ’ର କଭର ପେଜ ପାଇଁ ଫଟୋଶୁଟ କରିଥିଲେ। ଏହାର ଏକ ଫଟୋ ସେ ଶେୟାର କରିଥିଲେ, ଯେଉଁଥିରେ ସେ ଗ୍ରୀନ କଲର ଡିଜାଇନର ଡ୍ରେସରେ ପୋଜ ଦେଉଥିବା ଦେଖାଯାଇଥିଲା। ଏହି ଫଟୋରେ ତାଙ୍କ ମଥାରେ ବିନ୍ଦି ଲାଗିଥିବା ଦେଖାଯାଇଥିଲା। ଏହି ଫଟୋକୁ ଭୋଗ ତା’ର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛି।
ଏବେ ଏହାକୁ ଦେଖି କେତେଜଣ ଅଭିନେତ୍ରୀଙ୍କୁ ତାରିଫ କରୁଥିବା ବେଳେ କେତେଜଣଙ୍କୁ ତାଙ୍କର ଏକ୍ସପ୍ରେସନ ଓ ଡ୍ରେସ ପସନ୍ଦ ଆସିନାହିଁ। ଜଣେ ୟୁଜର ଏହା ଉପରେ କମେଣ୍ଟ କରି ଲେଖିଛନ୍ତି, ‘ଜବ ଟିଚର ଆପକୋ ପନିଶମେଣ୍ଟ ଦେତି ହୈ’। ଅନ୍ୟ ଜଣେ ୟୁଜର କମେଣ୍ଟ କରିଛନ୍ତି, ‘ତାଲ ମେ ଐଶ୍ୱର୍ଯ୍ୟା’। ଜଣେ ଫ୍ୟାନ ଲେଖିଛନ୍ତି, ‘ବେଷ୍ଟ କଭର’, ଆଉ ଜଣେ ଲେଖିଛନ୍ତି, ‘ଇତନି ଖୁବସୁରତ କୋଇ କୈସେ ହୋ ସକତି ହୈ’।
ଅଭିନେତ୍ରୀ ଭୋଗ ଇଣ୍ଡିଆକୁ ଦେଇଥିବା ଏକ ସର୍ଟ ଇଣ୍ଟରଭ୍ୟୁରେ କହିଛନ୍ତି, ‘ମୁଁ କୌଣସି ଡିଜାଇନର୍‌ ପୋଷାକ ଅପେକ୍ଷା ଅଧିକ ଗର୍ବର ସହିତ ମୋର ସଚ୍ଚୋଟତାକୁ ପିନ୍ଧିଥାଏ। ବାସ୍ତବରେ, ମୋର ଆଲମାରୀରେ ଡିଜାଇନର୍‌ ପୋଷାକର ଗୋଟିଏ ଯୋଡା ବି ନାହିଁ। ମୁଁ ଜାଣେ ଲୋକମାନେ ପ୍ରଥମେ ଏଥିପାଇଁ ମୋତେ ଜଜ କରିଥିଲେ, କିନ୍ତୁ ମୁଁ ଖୁସି ଯେ ବର୍ତ୍ତମାନ ସେମାନେ କେବଳ ମୋତେ ପ୍ରଶଂସା କରନ୍ତି ନାହିଁ ବରଂ ଏହି କାରଣରୁ ମୋତେ ଚିହ୍ନନ୍ତି।’

Share