ନୂଆ ଜାଗା ଖୋଜୁଛନ୍ତି ସାରା

ମୁମ୍ବାଇ: ସାରା ଅଲି ଖାଁ। ବଲିଉଡ ଷ୍ଟାର କିଡ ପୁଣି ବି-ଟାଉନର ଜଣେ ଆଗଧାଡିର ନାୟିକା। ସବୁବେଳେ ସେ କିଛି ନା କିଛି କାରଣ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ମାହିର। ନିକଟରେ ଅଭିନେତ୍ରୀଙ୍କୁ ଏକ ରେସ୍ତୋରାଁରେ ଏଣ୍ଟ୍ରି କରୁଥିବା ଦେଖାଯାଇଥିଲା। ସେଠାରେ ସେ କ୍ୟାମେରା ସାମ୍ନାରେ ପୋଜ ଦେବା ସହ ସ୍ମାଇଲ ବି କରିଥିଲେ। ଏବେ ଅଭିନେତ୍ରୀଙ୍କୁ ଏକ ବିଲଡିଂ ଭିତରୁ ବାହାରକୁ ଆସୁଥିବା ଦେଖାଯାଇଥିଲା। ଆଉ ଏତିକି ବେଳେ ତାଙ୍କ ସାଙ୍ଗରେ ଥିଲେ ମାଆ ଅମୃତା ସିଂ। ଶୁଣିବାକୁ ମିଳିଛି କି ସାରା ଏବେ ତାଙ୍କ ଅଫିସ ପାଇଁ ନୂଆ ଜାଗା ଖୋଜୁଛନ୍ତି।
ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଏଥିରେ ତାଙ୍କୁ ବିନା ମେକଅପରେ ଦେଖିବାକୁ ମିଳିଥିଲା। ସବୁଥର ପରି ଏଥର ବି ସେ ଖୁବ ରିଫ୍ରେସିଙ୍ଗ ଲାଗୁଥିଲେ।
ସାରାଙ୍କ ପ୍ରଫେସନାଲ ଲାଇଫ କଥା କହିଲେ ନିକଟରେ ସେ ଶେଷ ଥର ପାଇଁ ଭିକ୍କି କୌଶଲଙ୍କ ସହ ‘ଜରା ହଟକେ ଜରା ବଚକେ’ରେ ନଜର ଆସିଥିଲେ। ଫିଲ୍ମର ନିର୍ଦ୍ଦେଶନା ଲକ୍ଷ୍ମଣ ଉଲଟେକର ଦେଇଥିଲେ। ଏହି ମୁଭିକୁ ଦର୍ଶକେ ଖୁବ ପସନ୍ଦ ବି କରିଥିଲେ।

Share