ସାରାଙ୍କ ବିବାହ କରାଇବା ମୋର ପରବର୍ତ୍ତୀ ମିଶନ: କରନ ଜୋହର

ମୁମ୍ବାଇ: ଷ୍ଟାର କିଡସ୍‌ଙ୍କ ନାଁ ଆସିଲେ ସାରା ଅଲ୍ଲୀ ଖାନଙ୍କ ନାଁ ମଧ୍ୟ ଆସିଥାଏ। ପ୍ରଶଂସକଙ୍କୁ ବହୁତ ଗୁଡିଏ ଫିଲ୍ମ ଭେଟି ଦେଇ ସେ ମଧ୍ୟ ଦର୍ଶକଙ୍କ ହୃଦୟରେ ଘରଟିଏ କରିଛନ୍ତି। ନିକଟରେ ଲୋକପ୍ରିୟ ଟିଭି ଶୋ ‘କଫି ଓ୍ବିଥ କରନ’କୁ ସାରା ଓ ତାଙ୍କ ବାପା ସୈଫ ଅଲ୍ଲୀ ଖାନ ଆସିଥିଲେ।
ଶୋ’ରେ କରନ ଜୋହର ଲଭ ଓ ମ୍ୟାରେଜ ବିଷୟରେ କଥାବର୍ତ୍ତା ହେଉଥିଲେ। ଏହି ସମୟରେ କରନ କହିଥିଲେ, ମୁଁ ସେଇ ପଞ୍ଜାବୀ ଆଣ୍ଟି ଯିଏ, ସମସ୍ତଙ୍କର ବିବାହ ହୋଇଯାଉ ବୋଲି ଚାହିଁଥାଏ। ଆଉ ସାରା ମୋର ପରବର୍ତ୍ତୀ ମିଶନ ଅଟନ୍ତି। ଏହାକୁ ଶୁଣି ସାରା ଆଶ୍ଚର୍ଯ୍ୟର ସହ ହସିବାକୁ ଲାଗିଥିଲେ।

Share