ସାରାଙ୍କ ଲାଲ୍‌ ଡ୍ରେସ୍‌କୁ ନେଇ ଚର୍ଚ୍ଚା, ଦାମ୍‌ ରହିଛି…

ମୁମ୍ବାଇ: ଲକଡାଉନ୍‌ ହଟିବା ପରେ ଅଭିନେତ୍ରୀ ଅଭିନେତାମାନେ ସେମାନଙ୍କ ଫିଲ୍ମର ପ୍ରମୋଶନ କରୁଥିବା ନଜର ଆସିଛନ୍ତି। ତେବେ ସାରା ଅଲ୍ଲୀ ଖାନ୍‌ ଏବଂ ବରୁଣ ଧାଓ୍ବନ ତାଙ୍କର ଅଗାମୀ ଫିଲ୍ମ ‘କୁଲି ନମ୍ବର -୧’ର ପ୍ରମୋଟ କରୁଥିବା ଦେଖିବାକୁ ମିଳିଛି। ୨୮ ନଭେମ୍ବରରେ ମୁମ୍ବାଇରେ ସାରା ତାଙ୍କର ଏହି ଆଗାମୀ ଫିଲ୍ମର ପ୍ରମୋଟ୍‌ କରୁଥିଲେ। ଯେଉଁଥିରେ ସେ ଏକ ଲାଲ୍‌ ରଙ୍ଗର କୋଟ୍‌ ଏବଂ ପ୍ୟାଣ୍ଟ ପିନ୍ଧିଥିଲେ। ଏହି ଲୁକ୍‌ରେ ସେ ଖୁବ୍‌ ଆକର୍ଷଣୀୟା ଦେଖାଯାଉଥିଲେ।

ସାରା ଏବେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଅଧିକାଂଶ ସମୟ ସେ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିବାକୁ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି।

ତେବେ ଅସଲ ଚର୍ଚ୍ଚାର କଥା ହେଲା ସାରା ପିନ୍ଧଥିବା ଡ୍ରେସ୍‌କୁ ନେଇ। ସେ ପିନ୍ଧିଥିବା ଲାଲ୍‌ ରଙ୍ଗର ଡ୍ରେସ୍‌କୁ ଲଣ୍ଡନର ଡିଜାଇନର୍‌ ଡାନିଏଲା କର୍ଣ୍ଣଟସ ପ୍ରସ୍ତୁତ କରିଛନ୍ତି। ଡ୍ରସ୍‌ ସହିତ ମ୍ୟାଚ୍‌ କରି ସେ ଲାଲ୍‌ ରଙ୍ଗର ଏକ ହିଲ୍‌ ପିନ୍ଧିଛନ୍ତି। ଲାଲ୍‌ ରଙ୍ଗର ନେଲ୍‌ପଲିସ ମଧ୍ୟ ଲଗାଇଛନ୍ତି। ତାଙ୍କ ଜ୍ୟାକେଟ୍‌ର ଦାମ୍‌ ୮୩୬୫୫ ଟଙ୍କା ଏବଂ ଟ୍ରାଉଜରର ଦାମ୍‌ ୪୮,୭୧୬ ଟଙ୍କା। ମୋଟ୍‌ ଡ୍ରେସ୍‌ର ମୂଲ୍ୟ ପ୍ରାୟ ୧,୩୨,୩୭୧ ଟଙ୍କା। ତାଙ୍କର ପ୍ରଶଂସକମାନେ ମଧ୍ୟ ସାରାଙ୍କ ଡ୍ରେସ୍‌କୁ ଖୁବ୍‌ ପସନ୍ଦ କରିବା ସହ ବିଭିନ୍ନ କମେଣ୍ଟ ଦେଇଛନ୍ତି।

ବଡ଼ଦିନ ଅବସରରେ ସାରା ଏବଂ ବରୁଣଙ୍କ ‘କୁଲି ନମ୍ବର-୧’ ଆମାଜନ ପ୍ରାଇମ୍‌ ଭିଡିଓରେ ମୁକ୍ତିଲାଭ କରିବ। ଏହା ଏକ ସମ୍ପୂର୍ଣ୍ଣ ପାରିବାରିକ କମେଡି ଫିଲ୍ମ। ଏହାର ନିର୍ଦ୍ଦେଶନା ଦେଇଛନ୍ତି କମେଡି କିଙ୍ଗ୍‌ ଡେଭିଡ୍‌ ଧାଓ୍ବନ୍‌। ଏହା ତାଙ୍କ ଫିଲ୍ମ ‘କୁଲି ନଂ -୧’ର ରିମେକ୍‌। ଯେଉଁଥିରେ ଗୋବିନ୍ଦା ଏବଂ କରିସ୍ମା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

Share