ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ସାରା, କହିଲେ ‘ବର୍ଷ ୨୦୨୦ ମୋତେ ଭାଙ୍ଗି ଦେଇଥିଲା’

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ଏବଂ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଲଭ୍‌ଷ୍ଟୋରୀ ଏକଦା ଥିଲା ଚର୍ଚ୍ଚାରେ। କରନ୍‌ ଜୋହରଙ୍କ ଶୋ’ ‘କଫି ଉଇଥ୍‌ କରନ୍‌’ରେ କାର୍ତ୍ତିକଙ୍କୁ ଡେଟ୍‌ କରିବାକୁ ଚାହୁଁଥିବା କହିଥିଲେ ସାରା। ଏହାପରେ ଫିଲ୍ମ ‘ଲଭ୍‌ ଆଜ୍‌ କଲ ୨’ର ଶୁଟିଂ ସମୟରେ ଦୁହେଁ ପ୍ରେମରେ ପଡ଼ିଥିଲେ। ମାତ୍ର ତାହା ବେଶି ଦିନ ଚାଲି ନ ଥିଲା। ଶୀଘ୍ର ସେମାନଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଏବେ ଅଭିନେତ୍ରୀ ନିଜର ବ୍ରେକ୍‌ଅପ୍‌କୁ ନେଇ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି। ୨୦୨୦ ତାଙ୍କ ପାଇଁ ସବୁଠାରୁ ଖରାପ ବର୍ଷ ଥିଲା ବୋଲି ସାରା କହିଛନ୍ତି।

ୟୁଟ୍ୟୁବର ରଣବୀର ଅଲ୍ଲାହବାଦିଆଙ୍କ ସହ କଥାବାର୍ତ୍ତାରେ ସାରା କହିଛନ୍ତି, ‘୨୦୨୦ ତାଙ୍କ ପାଇଁ ବହୁତ ଖରାପ ସମୟ ଥିଲା। ବର୍ଷର ଆରମ୍ଭ ବ୍ରେକ୍‌ଅପ୍‌ରୁ ହୋଇଥିଲା। ଏହାକୁ ନେଇ ଦୁଃଖି ହୋଇଯାଇଥିଲି। ପରେ ଲଭ୍‌ ଆଜ କଲ୍‌ ୨ ବିଫଳ ହେବା ପରେ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା। ହେଲେ ଟ୍ରୋଲିଂ ଏବଂ ସୋସିଆଲ ମିଡିଆକୁ ମୁଁ ସେତେଟା ମହତ୍ୱ ଦେଇ ନଥାଏ। ’ ସାରାଙ୍କ ଏହି ବୟାନ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।

ଆଗାମୀ ଦିନରେ ସାରା ଫିଲ୍ମ ‘ଗ୍ୟାସଲାଇଟ୍‌’, ‘ଏ ବତନ ମେରେ’ ଏବଂ ‘ମେଟ୍ରୋ’ରେ ନଜର ଆସିବେ। ଏହା ପୂର୍ବରୁ ସେ ଅକ୍ଷୟ କୁମାର ଏବଂ ଧନୁଷଙ୍କ ସହ ‘ଅତରଙ୍ଗି ରେ’ରେ କାମ କରିଥିଲେ। ଏହାକୁ ନିର୍ଦ୍ଦେଶକ ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯାଇଥିଲା।

Share