ସାରାଙ୍କୁ ଡେଟ୍‌ କରୁଛନ୍ତି କି ଶୁବମନ

ଭାରତୀୟ କ୍ରିକେଟର୍‌ ଶୁବମନ ଗିଲ ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଜିମ୍ବାୱେ ବିପକ୍ଷ ସିରିଜ ପରେ ସେ କାଉଣ୍ଟି କ୍ରିକେଟ ଖେଳିବାକୁ ସେଠାକୁ ଯାଇଛନ୍ତି। ଶୁବମନଙ୍କ ବ୍ୟାଟିଂ ପରି ସୋସିଆଲ ମିଡିଆରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚା ଉଠେ। ସେ ଗତ ଜିମ୍ବାୱେ ଗସ୍ତରେ ଏକ ଚମତ୍କାର ଶତକ ହାସଲ କରିଥିଲେ। ସେବେଠାରୁ ତାଙ୍କୁ ପରବର୍ତ୍ତୀ ବିରାଟ କୋହଲି କୁହାଯାଉଛି। ନିକଟରେ ତାଙ୍କୁ ଲଣ୍ଡନ ଏକ ରେଷ୍ଟୁରାଣ୍ଟରେ ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ସହ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେଉଛି। ଉଭୟ ପରସ୍ପରକୁ ଡେଟ୍‌ କରୁଥିବା ନେଇ ମଧ୍ୟ ଆଲୋଚନା ହେଉଛି।
ନିକଟରେ ଶୁବମନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ। ସେ ଲେଖିଥିଲେ ଯେ, ସେ ଅତୀତ ନୁହେଁ, ଭବିଷ୍ୟତ ପ୍ରତି ବିଶ୍ୱସ୍ତ ଅଟନ୍ତି। ଏହାପୂର୍ବରୁ ସେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ଶୁବମାନ ଏବଂ ସାରା ତେନ୍ଦୁଲକରଙ୍କୁ ଡେଟ୍‌ କରୁତତ୍ବା ଚର୍ଚ୍ଚା ହୋଇଥିଲା।
ଶୁବମନଙ୍କ ପୂର୍ବରୁ ସାରା ଅଲି ଖାନଙ୍କ ନାମ ଅନେକ ସେଲିବ୍ରିଟିଙ୍କ ସହ ଜଡିତ ଥିଲା। କୁହାଯାଏ ସେ ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତ ଏବଂ କାର୍ତ୍ତିକ ଆର୍ଯ୍ୟାନ, ଇଶାନ ଖଟ୍ଟର, ହର୍ଷବର୍ଦ୍ଧନ କପୁରଙ୍କୁ ଡେଟିଂ କରୁଥିଲେ।