ପୁଣି ଏକାଠି ନଜର ଆସିଲେ ସାରା-ଶୁବମନ, ଡେଟିଂକୁ ନେଇ ଚର୍ଚ୍ଚା

ମୁମ୍ବାଇ: ଖୁବ୍‌ କମ୍‌ ସମୟରେ ଲୋକପ୍ରିୟତା ହାସଲ କରିଥିବା ସାରା ଅଲି ଖାନ୍‌ଙ୍କୁ କିଏ ବା ନ ଜଣେ। ଲୁକ୍‌ ଏବଂ ଅଭିନୟ ମାଧ୍ୟମରେ ସେ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ନିକଟରେ ତାଙ୍କ ଲଭ ଲାଇଫ୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ସାରା କ୍ରିକେଟର ଶୁବମାନ ଗିଲଙ୍କ ସହ ନଜର ଆସିଥିଲେ। ଯାହାକୁ ନେଇ ଦୁହେଁ ଡେଟ୍‌ କରୁଥିବା ମଧ୍ୟ ଶୁଣିବାକୁ ମିଳିଥିଲା। ଇତି ମଧ୍ୟରେ ପୁଣି ଦୁହିଁଙ୍କୁ ସାଙ୍ଗରେ ଦେଖିବାକୁ ମିଳିଛି। ଉଭୟ ଏକ ହୋଟେଲରୁ ବାହାରି ବିମାନରେ ଯାତ୍ରା କରିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଦୁହେଁ ଡେଟିଂ କରୁଛନ୍ତି ବୋଲି ସ୍ପଷ୍ଟ ଜଣାପଡୁଛି। ହେଲେ ସେମାନେ ନିଜ ସମ୍ପର୍କକୁ ଅଫିସିଆଲ ଘୋଷଣା କରିନାହାନ୍ତି। ଏସବୁ ଦେଖିବା ପରେ ପ୍ରଶଂସକଙ୍କ ମଧ୍ୟରେ ଡେଟିଂର ଆଲୋଚନା ପୁଣି ଥରେ ବୃଦ୍ଧି ପାଇଛି।

Share