ପୁଣି କଥିତ ପ୍ରେମିକା ସାରାଙ୍କ ସହ ନଜର ଆସିଲେ ଶୁଭମନ, ଏୟାରପୋର୍ଟରେ ଲୁଚାଛପାରେ…

ନୂଆଦିଲ୍ଲୀ,୨।୧: କ୍ରିକେଟର ଶୁଭମନ ଗିଲ ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକ ମାରିବା ପରଠାରୁ ଭାରତର ପ୍ରିୟ କ୍ରିକେଟର ପାଲଟିଛନ୍ତି। ଏମିତିରେ ତାଙ୍କ ବ୍ୟକ୍ତିଗତ ଜୀବନ ବି ରହିଛି ଚର୍ଚ୍ଚାରେ। ଏବେ ସୋସିଆଲ ମିଡିଆରେ କଥିତ ପ୍ରେମିକା ସାରା ଅଲି ଖାଁଙ୍କ ସହ ତାଙ୍କର ଏକ ଫଟୋ ଭାଇରାଲ ହେଉଛି। ଫଟୋଟି ଏୟାରପୋର୍ଟର ବୋଲି କୁହାଯାଉଛି। ଏଥିରେ ଶୁଭମନ ଏବଂ ସାରା ଏକାଠି ବସିଥିବା ନଜର ଆସିଛନ୍ତି। ଏହାକୁ ନେଇ ପୁଣି ଥରେ ଦୁହେଁ ପ୍ରେମରେ ଥିବା ଚର୍ଚ୍ଚା ଜୋର ଧରିଛି।

ପୂର୍ବରୁ ଏକାଧିକ ଥର ସାରା-ଶୁଭମନ ଲୁଚାଛପାରେ ଭେଟି ଧରାପଡ଼ିଛନ୍ତି। ହେଲେ ଏଯାବତ କେହି ବି ସମ୍ପର୍କକୁ ଖୋଲାଖୋଲି ସ୍ବୀକାର କରୁ ନାହାନ୍ତି।

ଶୁଭମନଙ୍କ ନାମ ପୂର୍ବରୁ ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କ ସହ ଯୋଡ଼ାଯାଇଛି। ସେହିଭଳି ସାରା ଅଲି ଖାଁ କାର୍ତ୍ତିକ ଆର୍ୟନଙ୍କ ସହ ଡେଟିଂକୁ ନେଇ ଚର୍ଚ୍ଚାରେ ରହିଥିଲେ। ବର୍ତ୍ତମାନ କିନ୍ତୁ ଶୁଭମନଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ଜାଣିବା ଲାଗି ପ୍ରଶଂସକ ଉତ୍ସାହିତ ଅଛନ୍ତି।